Categories: ଫୁରସତ

୬ ସିଂହ ସହ ଏକା ଲଢ଼ିଲା ଜିରାଫ; କିଏ ପିଠିରେ ଚଢ଼ିଲା ତ କିଏ ଗୋଡକୁ କାମୁଡ଼ି ଧରିଲା; ଶେଷରେ…

କୁହାଯାଏ ସିଂହ ଜଙ୍ଗଲର ରାଜା। ସେ ଶତ୍ରୁ ହେଉ ଅଥବା ଶିକାର, ଥରେ ଆକ୍ରମଣ କଲେ ବଞ୍ଚିବା ଅସମ୍ଭବ। ଏମିତିରେ ଯଦି ଏକାସଙ୍ଗେ ଛଅଟି ସିଂହ ଆକ୍ରମଣ କରିବା କଥା କୁହାଯାଏ ତା’ ହେଲେ ପରିଣାମ ବିଷୟରେ ଚିନ୍ତା କରିବା ମୁର୍ଖାମୀ ବୋଲି ଲାଗୁଥାଇପାରେ। ହେଲେ କୁହନ୍ତି ନା, ଭାଗ୍ୟ ବହୁତ ବଡ଼ କଥା। ଯଦି ଭାଗ୍ୟରେ ଜୀବିତ ରହିବା ଲେଖାଥାଏ ତେବେ ତାକୁ କେହି ବି ମାରିପାରେନା। ଏକ ଜିରାଫ ସହ ସେଭଳି କିଛି ହୋଇଛି। ପଶୁଟି ଉପରେ ୬ ସିଂହ ଆକ୍ରମଣ କରିଥିଲେ। ତାକୁ ମାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଏହାସତ୍ତ୍ୱେ ଚମତ୍କାର ହୋଇଥିଲା। ଜିରାଫ ବଞ୍ଚି ଯାଇଥିଲା।

ପୁରା ଘଟଣାଟି ଏଭଳି। ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲରେ ଏକାଥରକେ ୬ ସିଂହ ଜିରାଫ ଉପରକୁ ଆକ୍ରମଣ କରିଥିଲେ। ତାକୁ ମାରିବା ପାଇଁ ସବୁ ଚେଷ୍ଟା କରିଥିଲେ। ଗୋଡ଼କୁ କାମୁଡ଼ି ପକାଇଥିଲେ। ଗୋଟିଏ ସିଂହ ତ ଜିରାଫର ପିଠି ଉପରେ ଚଢ଼ି ଆକ୍ରମଣ କରିବାରେ ଲାଗିଥିଲା। ହେଲେ ସେମାନେ ଯାହା ଚାହିଁଥିଲେ ତାହା ହୋଇ ନ ଥିଲା।

ସିଂହ ଦଳଙ୍କ ଆକ୍ରମଣରେ କଷ୍ଟରେ ଛଟପଟ ହୋଇଥିଲେ ହେଁ ହାର ମାନି ନ ଥିଲା ଜିରାଫ। ଏପରିକି ସେ ସିଂହମାନଙ୍କ ସହ ଲଢ଼ି ନ ଥିଲା। ବହୁତ ଚେଷ୍ଟା ସତ୍ତ୍ୱେ ଅସଫଳ ହେବା ଯୋଗୁ ସିଂହମାନେ ଜିରାଫକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଜଣଙ୍କ ପରେ ଜଣେ ସେଠାରୁ ଚାଲିଯାଇଥିଲେ। କେବଳ ତଣ୍ଟି ପାଖରେ ନ ପହଞ୍ଚିପାରିବା ଯୋଗୁ ଏପରି ହୋଇଥିଲା। ଏହି ମାମଲା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଫଟୋ ଘୁରିବୁଲୁଛି। ଲୋକମାନେ ଏଥିରେ ‘ରଖେ ହରି ତ ମାରେ କିଏ’ ବୋଲି ମନ୍ତବ୍ୟ ରଖୁଛନ୍ତି।

Share