Categories: ଜାତୀୟ

ବଢ଼ିଲା ସୁରକ୍ଷା: ୫ନେତାଙ୍କ ସମେତ ୬ଜଣଙ୍କୁ ମିଳିଲା ବୁଲେଟ ପ୍ରୁଫ୍‌ ଜ୍ୟାକେଟ

ଚଣ୍ଡିଗଡ଼,୭।୧୧: ପଞ୍ଜାବ ଅମୃତସରରେ କିଛି ଦିନ ତଳେ ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାର ହିନ୍ଦୁ ନେତାଙ୍କ ସୁରକ୍ଷା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଲୁଧିଆନାର ୫ଜଣ ହିନ୍ଦୁ ନେତାଙ୍କ ସମେତ ଗୁରୁସିମରନ ସିଂ ମାଣ୍ଡଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ନେଇ ଜଣାପଡ଼ିଛି। ଏହାପରେ ସରକାର ସମସ୍ତଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟର ବ୍ୟବସ୍ଥା କରିଛନ୍ତି। ଏତଦ୍‌ବ୍ୟତୀତ ସେମାନଙ୍କ ସୁରକ୍ଷାକର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଶିବସେନା ପଞ୍ଜାବର ରାଷ୍ଟ୍ରୀୟ ଚେୟାରମ୍ୟାନ ରାଜୀବ ଟଣ୍ଡନ, ଅମିତ ଆରୋଡା, ଯୋଗେଶ ବକ୍ସି, ନୀରଜ ଭରଦ୍ୱାଜ, ହରକିରତ ଖୁରାନାଙ୍କ ସମେତ ଗୁରୁସିମରନ ସିଂହ ମାଣ୍ଡଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ହିନ୍ଦୁ ନେତା ଅମିତ ଆରୋଡାଙ୍କ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଥିବା ସୂଚନା ମିଳିଛି।

Share