ରାଜଧାନୀର ୬ ହସ୍ପିଟାଲ ପାଲଟିଛି କରୋନା ହଟସ୍ପଟ: ୫୯ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୪ ।୧: କରୋନା ସଂକ୍ରମଣକୁ ନେଇ ଏବେ ରାଜଧାନୀ ଦିଲ୍ଲୀର ହସ୍ପିଟାଲ ହଟସ୍ପଟ ପାଲଟି ଯାଇଛି । କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ, ସଫଦରଜଙ୍ଗ ହସ୍ପିଟାଲରେ ୨୩, ଲେଡି ହାର୍ଡିଂଗ ମେଡିକାଲ କଲେଜରେ ୧୫, ଆର୍‌ଏମ୍‌ଏଲ୍‌ରେ ୧୧, ଏମ୍ସ ଟ୍ରମା ସେଣ୍ଟରରେ ୬ ଓ ମୌଲାନା ଆଜାଦ ମେଡିକାଲ କଲେଜରେ ୪ ରେସିଡେନ୍ସ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୫ ହସ୍ପିଟାଲକୁ ମିଶାଇ ୫୯ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ୮୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ଆସିବା ବାକି ରହିଛି ।

Share