ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ମେରିଙ୍ଗି ଗ୍ରାମରେ। ୨୫ ତାରିଖ ସନ୍ଧ୍ୟାରେ ଅଜୁ ଶବର, ମିଟୁ ଶବର, ଶୁକ୍ଲାଙ୍ଗ ଶବର ସମେତ ଅନ୍ୟ ତିନିଜଣ ନାବାଳକ ମିଶି ଛଅ ଜଣ ଜଣେ ନାବାଳକଙ୍କୁ ବାଲିପଠାରେ ପୋତିଦେଇ ରଖିଥିଲେ। ପୋତି ହୋଇଥିବା ନାବାଳକଙ୍କ ଶରୀରର ବେକ ପର୍ଯ୍ୟନ୍ତ ବାଲି ଭିତରେ ପୋତି ହୋଇ ରହିଥିବା ବେଳେ ପୋତି ଦେଇଥିବା ଛଅ ସାଙ୍ଗ ଉପହାସ କରି ନାବାଳକ ଛଟପଟ ହେଉଥିବା ଦେଖି ରହୁଥିଲେ। ଏପରିକ ନାବାଳକ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିଲେ। ପୋତି ହୋଇ ରହିଥିବା ନାବାଳକଙ୍କୁ କାହାକୁ କହିଲେ ପୁଣି ଏଭଳି କରିବୁ ବୋଲି ଧମକାଇ ରଖୁଥିଲେ। ନାବାଳକ ଜଣକ ପ୍ରାଣକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଛଟପଟ ହେଉଥିଲେ। ଦୀର୍ଘ ସମୟ ଧରି ନାବଳକ ଜୀବନ ବିକଳ ହୋଇ ରହିଥିବା ବେଳେ ଛଅ ଜଣ ସର୍ତ୍ତ ରାଜି ହେବା ପରେ ପୋତିଦେଇଥିବା ଛଅ ଜଣ ନାବାଳକଙ୍କୁ ବାଲି ଭିତରୁ କାଢ଼ିଥିଲେ। ନାବାଳକ ନ ଦେଖାଯିବାରୁ ନାବାଳକଙ୍କ ମାମୁଘର ଲୋକେ ଖୋଜାଖୋଜି କରୁଥିଲେ। ନାବାଳକଙ୍କ ନିଜ ଘର ପଦ୍ମପୁର ବ୍ଲକ ଖିଲାପଦର ଗ୍ରାମ ରହିଥିବା ବେଳେ ଗୁଣପୁର ବ୍ଲକ ମେରିଙ୍ଗ ଗ୍ରାମରେ ରହି ପାଢୁପଢୁଥିବା ଜଣାପଡ଼ିଛି। ରାତି ୧୦ଟାରେ ନାବାଳକ ଘରେ ପହଞ୍ଚି ଭୟରେ କାନ୍ଦୁଥିଲେ। ବାଲି ଭତରେ ପୋତି ରଖିଥିବା ଭିଡିଓ ଘଟଣାର ଭିଡିଓ ଭାଇରଲ ପରେ ନାବା ନାବାଳକଙ୍କ ବାପା ମା’ ଦେଖି ଗୁଣପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଗୁଣପୁର ପୋଲିସ ଘଟଣାର ତଦନ୍ତ କରି ଛଅ ଜଣଙ୍କୁ ଗିରଫ କରି ଗୁଣପୁର କୋର୍ଟ ଚାଲାଣ କରିଛି। ଛଅ ମଧ୍ୟରେ ତିନି ଜଣ ନାବାଳକ ରହିଥିବାରୁ ସେମାନଙ୍କୁ ଜୁଭିନାଲ କୋର୍ଟରେ ହାଜର କରାଯିବା ନେଇ ପୋଲିସ ପକ୍ଷରୁ ଜଣାପଡ଼ିଛି। ଆଜି ଗୁଣୁପୁର କୋର୍ଟରେ ୧୮୩ ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା ଆକ୍ଟରେ ନାବାଳାକଙ୍କ ବୟାନ ରେକର୍ଡ କରାଯାଇଛି। ୬ ଜଣ ଟ୍ରାକ୍ଟର ଜୋଗେ ମେରିଙ୍ଗି ନିକଟ ସାନନଦୀରୁ ବାଲି ଉଠାଣ ପାଇଁ ଯାଇଥିଲେ। ନାବାଳକଙ୍କୁ ବାଲି ଉଠାଇବା ପାଇଁ କହିଥିଲେ ନାବାଳକ ମନା କରି ଗାଳିଗୁଲଜ କରିବାରୁ ୬ ଜଣ ଉତ୍ତ୍ୟକ୍ତ ହୋଇ ବାଲିରେ ପୋତି ରଖିଥିଲେ ବୋଲି ନାବାଳକଙ୍କ ବାପା ରମେଶ ଶବର ପ୍ରତିକ୍ରିୟା ରଖିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri