Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ବଡ଼ ଖୁଲାସା କଲେ ସିରାଜ

ନୂଆଦିଲ୍ଲୀ,୨୧।୧: ଭାରତୀୟ ପେସର ମହମ୍ମଦ ସିରାଜ ଗୁରୁବାର ସିଡ୍‌ନୀ ଟେଷ୍ଟ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସିଡ୍‌ନୀ ଟେଷ୍ଟରେ ଦର୍ଶକମାନେ ବାରମ୍ବାର ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ପରେ ମ୍ୟାଚ୍‌ ଛାଡ଼ି ଦେବାକୁ ପ୍ରସ୍ତାବ ଦେଇଥିଲେ ଫିଲ୍ଡ ଅମ୍ପାୟର। ଭାରତରେ ପହଞ୍ଚିଥିବା ସିରାଜ ବାପାଙ୍କ ସମାଧି ସ୍ଥଳରୁ ଫେରିବା ପରେ ଏହା କହିଛନ୍ତି।

ଅମ୍ପାୟରଙ୍କ ପ୍ରସ୍ତାବକୁ ଅସ୍ବୀକାର କରି ଦେଇଥିଲେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ। ସେ କହିଥିଲେ, ” ଆମେ କାହିଁକି ମ୍ୟାଚ୍‌ ଛାଡ଼ିବୁ। ଏହି ଖେଳକୁ ଆମେ ସମ୍ମାନ କରୁ। ଆମେ ଏଠାକୁ ଖେଳିବାକୁ ଆସିଛୁ “। ଏହି ଘଟଣା ମାନସିକ ସ୍ତରରେ ମୋତେ ଶକ୍ତିଶାଳୀ କରିଥିଲା। ମୁଁ ଖୁସି ଯେ, ଦର୍ଶକଙ୍କ ବର୍ଣ୍ଣବୈଷମ୍ୟ ଆକ୍ଷେପ ମୋତେ ପ୍ରଭାବିତ କରିପାରିଲା ନାହିଁ ବୋଲି ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲର କହିଛନ୍ତି।

ଉଲ୍ଲେଖଥାଉ କି, ସିଡ୍‌ନୀ ତଥା ତୃତୀୟ ଟେଷ୍ଟର ଚତୁର୍ଥ ଦିନ ସିରାଜଙ୍କ ବ୍ୟତୀତ ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଟାର୍ଗେଟ କରଥିଲେ ଦର୍ଶକ। ଏ ନେଇ ଫିଲ୍ଡ ଅମ୍ପାୟରଙ୍କୁ ଅଭିଯୋଗ କରିବା ପରେ ସୁରକ୍ଷାକର୍ମୀଙ୍କ ସହାୟତାରେ କିଛି ଦର୍ଶକଙ୍କୁ ଚିହ୍ନଟ କରାଯାଇ ଷ୍ଟାଡିୟମରୁ ବିଦା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri