Categories: ଜାତୀୟ

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥ ଏଥିସହ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ମଙ୍ଗଳବାର ସକାଳେ ଚା’ ଦୋକାନ ନିକଟରେ ଲୋକଙ୍କ ଗହଳି ଜମିଥିଲା ଏହି ସମୟରେ ବାଲିଆ ପଟୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ୨ ଲକ୍ଷ ଟଙ୍କାର ଆଥିକ ସହାୟାତା ଘୋଷଣା କରିଛନ୍ତି। ଜିଲା ମାଜିଷ୍ଟ୍ରେଟ ଗାଜିପୁର ଏମ୍‌ପି ସିଂ ଏବଂ ଏସ୍‌ପି ଆରବି ସିଂ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ବିଭିନ୍ନ ବୀମା ଓ ସରକାରୀ ଯୋଜନା ଅନୁଯାୟୀ ସୁବିଧା ଘୋଷଣା କରିଛନ୍ତି।

Share