ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା ବେଳେ ଜଣେ ଗଜପତି, ଜଣେ ରାୟଗଡ଼ା, ଜଣେ ଭଦ୍ରକ ଜିଲାର ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଗଞ୍ଜାମର ମୃତକମାନଙ୍କ ମଧ୍ୟରୁ ଜଣେ ୪୪ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ସେହିଭଳି ରାୟଗଡ଼ାର ଜଣେ ୭୧ ବର୍ଷୀୟ ବୃଦ୍ଧ ଏବଂ ଭଦ୍ରକର ୬୦ ବର୍ଷୀୟ ବୃଦ୍ଧ ମଧୁମେହ ସହ ଅନ୍ୟରୋଗରେ ପୀଡ଼ିତ ଥିଲେ। ଅନ୍ୟମାନେ ଅର୍ଥାତ ଗଜପତି ଜିଲାର ୫୩ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୫୯ ବର୍ଷୀୟ ମହିଳା, ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି।