ଡକାୟତି ଘଟଣାରେ ୬ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳକ

ବୌଦ୍ଧ,୧୧ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ଏକ ଡକାୟତି ଘଟଣାରେ ଜଣେ ନାବାଳକଙ୍କ ସହ ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ମୋବାଇଲ ସହ ନଗଦ ଅର୍ଥ ୨୮ ହଜାର ୫୦୦ ଟଙ୍କା ଓ କିଛି ଲୁଗାପଟା ଜବତ କରିଛି। ଅଭିଯୁକ୍ତକୁ ଧରିବା ପରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ସୋମବାର ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିଲେ। ସୂଚନା ଅନୁସାରେ ଗତ ୫.୮.୨୫ରେ କୁଲତାଖଲି ଗ୍ରାମର ରାଜକିଶୋର ନାୟକ ଓ ତାଙ୍କ ଭାଇ ୧ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ତେଲିବନ୍ଧ-ମୁଣ୍ଡାପଡ଼ା ରାସ୍ତାର ତୁଳସୀପୁରଠାରେ ୪ ଜଣ ଯୁବକ ମାରଣାସ୍ତ୍ର ଦେଖାଇ, ଆକ୍ରମଣ କରିବା ସହ ସେମାନଙ୍କଠାରୁ ମୋବାଇଲ, ନଗଦ ଟଙ୍କା ୧ ଲକ୍ଷ ୭ ହଜାର ଟଙ୍କା ହଜାର, ସୁନା ଚେନ୍‌, ବ୍ୟାଗ୍‌ ନେଇ ଯାଇଥିଲେ। ଏନେଇ ରାଜ କିଶୋର ଗତ ୬.୮.୨୫ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତମାନେ ହେଲ ବୌଦ୍ଧ ଜିଲା ପନଖିମାଳ ଗ୍ରାମର ଦିଲ୍ଲୀପ କଲତା ( ୩୨) , ମୁଣ୍ଡାପଡ଼ା ଗ୍ରାମର ସୁଧା ଓରଫ ସୁଦାମ ମହାନନ୍ଦିଆ ( ୩୨), ବନ୍ଧାପଥର ଗ୍ରାମର ଶକ୍ତି ଓରଫ ତୁଷାରକାନ୍ତ ବେହେରା (୧୯) , ବନ୍ଧାପଥର ଗ୍ରାମର ସିଦ୍ଧାନ୍ତ ଭବସାଗର (୧୯) ଓ ଜଣେ ନାବାଳକକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ମୋବାଇଲ ନଗଦ ଅର୍ଥ ୨୮ ହଜାର ୫୦୦ ଟଙ୍କା ଓ କିଛି ଲୁଗାପଟା ଜବତ କରିଥିଲା। ପୋଲିସ ଗିରଫ ଅଭିଯୁକ୍ତ ଓ ନାବାଳକକୁ ସୋମବାର କୋର୍ଟ ଚାଲାଣ କରିଛି । ଏହା ସହ ୫ଟି ଚୋରି ମାମଲାରେ ମଧ୍ୟ ଜଣେ ନାବାଳକଙ୍କୁ ଗିରଫ କରିଥିବା ବେଳେ ନାବାଳକ ଠାରୁ ଲାପଟପ୍‌, ସୁନାମୁଦି, ଟାବଲେଟ, ପାଣିପମ୍ପ, ନଗଦ ୨ଲକ୍ଷ ୨୮ ହଜାର , ୟୁପିଏସ୍‌, ମନିଟର ସହ ବିଭିନ୍ନ ସାମଗ୍ରୀ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri