ଅବସ୍ଥା କହୁଛି ନେତୃତ୍ୱ କେମିତି

ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍‌-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଅଭିହିତ କରିଥିଲେ। ଏହାସହ ଦେଶର ନେତୃତ୍ୱ କେମିତି ରହିଛି ତାହା ସାମ୍ପ୍ରତିକ ଅବସ୍ଥାରୁ ଜଣାପଡ଼ିଥାଏ ବୋଲି କହିଥିଲେ। ଏହି ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ମନ୍ତବ୍ୟ ସାମ୍ପ୍ରତିକ ସ୍ଥିତିରେ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଏ। ବିଶେଷକରି ଯେତେବେଳେ କରୋନା ଭାଇରସ୍‌ ୨୪ ଘଣ୍ଟା ମଧ୍ୟରେ ୪,୩୨୯ ଜଣଙ୍କ ଜୀବନ ନେବାରେ ସକ୍ଷମ ହୋଇଛି ଭାରତୀୟଙ୍କ ମନରେ ଦେଶର ନେତୃତ୍ୱ ପ୍ରତି ସନ୍ଦେହ ଜାତ ହେବା ଅସ୍ବାଭାବିକ ନୁହେଁ। କାରଣ ଭୂତାଣୁ ମାଡ଼ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଦୟନୀୟ ଚିତ୍ର ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ପୋଲିସ ପ୍ରଶାସନ, ସରକାର ସମସ୍ତେ ଅସହାୟ। ସତେଯେମିତି ଟୋଟାଲ ସିଷ୍ଟମ୍‌ ଆଣ୍ଠେଇ ପଡ଼ିଛି ଅଦୃଶ୍ୟ ଭୂତାଣୁର ଦ୍ୱିତୀୟ ଲହର ଆଗରେ। ଶ୍ମାଶାନରେ ନିଆଁ ଲିଭୁନାହିଁ। ଆତ୍ମୀୟଙ୍କ ଆଖିରୁ ଲୁହ ଶୁଖୁନାହିଁ। ସର୍ବତ୍ର ମୃତ୍ୟୁର ଆତଙ୍କ।
ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳ ୮ଟାରେ କୋଭିଡ୍‌ ଡାଟା ଅପ୍‌ଡେଟ୍‌ କରିଛି। ଏଥିରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୨୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଭୂତାଣୁ ଆସିବା ପରଠାରୁ କୌଣସି ଦିନ ଏତେ ସଂଖ୍ୟକ ସଂକ୍ରମିତଙ୍କ ଜୀବନ ଯାଇ ନ ଥିଲା। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୮,୭୧୯ରେ ପହଞ୍ଚତ୍ଥିବା କୁହାଯାଉଛି, ଯାହାକୁ ବିଶେଷଜ୍ଞମାନେ ଗ୍ରହଣ କରିପାରୁ ନାହାନ୍ତି। ପ୍ରକୃତ ସଂଖ୍ୟା ଢେର ଅଧିକ ବୋଲି ବିଭିନ୍ନ ମହଲରେ କୁହାଯାଉଛି। ସରକାରୀ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧,୦୦୦, କର୍ନାଟକ ୪୭୬, ଦିଲ୍ଲୀରେ ୩୪୦, ତାମିଲନାଡୁ ୨୭୨, ଉତ୍ତରପ୍ରଦେଶରେ ୨୨୩ ଜଣ ଦିନକ ମଧ୍ୟରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୨.୬୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ୨୮ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ ବୋଲି କୁହାଯାଉଛି। ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୨,୨୮,୯୯୬ରେ ପହଞ୍ଚତ୍ଛି।
ସେହିପରି ଦିନକରେ ୪.୨୨ ଲକ୍ଷ ସଂକ୍ରମିତ ଆରୋଗ୍ୟ ହେବା ଏକ ବଡ଼ ଉପଲବ୍ଧି ବୋଲି କେନ୍ଦ୍ର ସରକାର ବିବେଚନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri