Categories: ଜାତୀୟ

କଶ୍ମୀରରେ ୧୯୯୦ ଭଳି ସ୍ଥିତି: ଘାଟି ଛାଡ଼ିବାକୁ ଚେତାବନୀ ଦେଲେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଲଗାତର ଭାବେ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ସେଠାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଇତିମଧ୍ୟରେ ଗୁରୁବାର ଆଉ ଜଣେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କୁ ଟାର୍ଗେଟ କିଲିଂ କରାଯାଉଥିବାରୁ ଏହାର ପ୍ରତିବାଦରେ ଶତାଧିକ କଶ୍ମୀରୀ ପଣ୍ଡିତ ଗୁରୁବାର ଶ୍ରୀନଗରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଘାଟି ଛାଡ଼ି ସାମୂହିକ ଭାବେ ପଳାୟନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜୁନ ୩ ଅର୍ଥାତ୍‌ ଶୁକ୍ରବାର ଦିନ ସାମୂହିକ ଭାବେ କଶ୍ମୀରୀ ପଣ୍ଡିତମାନେ ଜମ୍ମୁ ଅଞ୍ଚଳକୁ ଚାଲିଯିବେ ବୋଲି ଧମକ ଦେଇଛନ୍ତି। ସେମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯକ୍ତି ପ୍ୟାକେଜ୍‌ ଯୋଗାଇଦେବାକୁ କଶ୍ମୀରୀ ପଣ୍ଡିତମାନେ ଅନୁରୋଧ କରିଛନ୍ତି। ସୂଚନା ମୁତାବକ, ଶ୍ରୀନଗରରେ ଗତ ୩ ସପ୍ତାହ ଧରି ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା ଅମିତ କୌଲ୍‌ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଚାଲିଥିବା ରାସ୍ତାରୋକ ଆନ୍ଦୋଳନର ଫଟୋ ଶେୟାର କରିଛନ୍ତି।

Share