ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି କୋକୁଆ ଭୟ ସୃଷ୍ଟି କରିଛି।ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୧ ହଜାର ୭୩୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୭୯ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି। ଗୋଟିଏ ଦିପନ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ରେ ପହଞ୍ଚତ୍ଥିବାବେଳେ କରୋନାରେ ୯୦୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ସ୍ଥିତି ଜାରି ରହିଲେ ଆଉ ୨ ଅବା ୩ ଦିନ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟଜନକ ହୋଇଛି। ଏଠାରେ ଗୋଟିଏ ଦିନରେ ୫୧ ହଜାର ୭୫୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share