Categories: ଜାତୀୟ

ଏଲଏସିରେ ସ୍ଥିତି ଶାନ୍ତିପୂର୍ଣ୍ଣ, କହିଲେ ଚାଇନା ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ/ବେଜିଂ, ୧୩।୮ : ପୂର୍ବ ଲଦାଖ ସୀମାରେ ଚାଇନାର କାର୍ଯ୍ୟକଳାନ ଉପରେ ଭାରତର ଆପତ୍ତି ପରେ ଚାଇନା ନିଜର ସ୍ଥିତି ସ୍ପଷ୍ଟ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ସାମରିକ ଏବଂ ଆକାଶ ମାର୍ଗ କାର୍ଯ୍ୟକଳାପ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା।ନ୍‌ ଏହା ଉପରେ ଭାରତରେ ଚାଇନା ରାଷ୍ଟ୍ରଦୂତ ସନ ୱିଡୋଙ୍ଗ କହିଛନ୍ତି ଯେ ଭାରତ ଏବଂ ଚାଇନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତିନାମା ଅନୁଯାୟୀ ଚାଇନା ସୀମାରେ ସମସ୍ତ କାର୍ଯ୍ୟକଳାପ କରିଥାଏ। କୌଣସି ପ୍ରକାରର ସାମରିକ ଏବଂ ଆକାଶ ମାଗ କାର୍ଯ୍ୟକଳାପ ବିଷୟରେ ମୋର କୌଣସି ନିର୍ଦ୍ଦିଷ୍ଟ ଜ୍ଞାନ ନାହିଁ। ସୀମାରେ ଅବସ୍ଥା ବର୍ତ୍ତମାନ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି।

୧୯୯୮ଆଇସି-୮୧୪ ବିମାନ ଅପହରଣର ଅନ୍ୟତମ ମାଷ୍ଟରମାଇଣ୍ଡ ଜୈଶ୍‌ ଆତଙ୍କବାଦୀ ଅବଦୁଲ ରଉଫ ଅସଗରଙ୍କ ଉପରେ ୟୁଏନଏସସିରେ ଚାଇନା ଆଭିମୁଖ୍ୟ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆବେଦନକୁ ଭଲଭାବେ ଅଧ୍ୟୟନ କରିବା ପାଇଁ ଚାଇନାକୁ ଅଧିକ ସମୟ ଆବଶ୍ୟକ। ଏହା ପରେ ପ୍ରକ୍ରିୟା ଉପରେ ନିଷ୍ପତ୍ତି ନିଆଯିବ। ଚାଇନା ଆତଙ୍କବାଦକୁ ସମସ୍ତ ପ୍ରକାରର ବିରୋଧ କରୁଛି।

ଭାରତରେ ଚାଇନା ରାଷ୍ଟ୍ରଦୂତ କହିଛନ୍ତି ଯେ ଚାଇନା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ କରୁଛି। ଚାଇନାରେ ଅଧ୍ୟୟନ ଆରମ୍ଭ କରିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କର ପ୍ରଥମ ବ୍ୟାଚ ନିକଟ ଭବିଷ୍ୟତରେ ବେଜିଂରେ ପହଞ୍ଚିବ। ଉଭୟ ଦେଶର ସମ୍ପୃକ୍ତ ବିଭାଗ ଏନେଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଏହାପୂର୍ବରୁ ଭାରତ-ଚାଇନା ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଯଦି ଚାଇନା ସୀମା ଅଞ୍ଚଳରେ ଶାନ୍ତି ଭଙ୍ଗ କରେ ତେବେ ଏହା ଆମର ସମ୍ପର୍କ ଉପରେ ପ୍ରଭାବ ପକାଇବ।

ଜୟଶଙ୍କର କହିଥିଲେ ଭାରତ କ୍ରମାଗତ ଭାବରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। କମାଣ୍ଡର ସ୍ତରରେ ଦୁଇଦେଶ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇ ସାରିଛି। ବିବାଦୀୟ ସ୍ଥାନରୁ ପ୍ରତ୍ୟାହାର ସମ୍ପର୍କରେ ଉଭୟ ପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆମେ ମଧ୍ୟ ସେଗୁଡିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛୁ।

Share