କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ଖଣ୍ଡପଡ଼ା,୨୭।୭ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୭ ପଞ୍ଚାୟତର ଜନସାଧାରଣ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ା ଏଠାରେ ୨ଜଣ ଡ଼ାକ୍ତର ଅଛନ୍ତି ା ହେଲେ ଆବଶ୍ୟକ ଷ୍ଟାଫ ନର୍ସ ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ା ଗତ କିଛି ବର୍ଷ ହେଲା ପ୍ରସୂତି ଓ ଅସ୍ତ୍ରୋପଚାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ସୀମିିିିତ ସଂଖ୍ୟକ କର୍ମଚାରୀ ଯୋଗୁ ରୋଗୀମାନଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ, ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, କେନ୍ଦୁପଲ୍ଲୀ, ଧାନଚେଙ୍ଗଡା ଓ ବାଉଁଶବାଟି ଆଦି ୭ ପଞ୍ଚାୟତ ସମେତ କଟକ ଓ ନୟାଗଡ଼ ଜିଲା ସୀମାନ୍ତ ଏକଡାଳ, ନରସିଂହପୁର ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି ା ଏହାଛଡା ନୀଳମାଧବ ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ବି ଆବଶ୍ୟକ ସ୍ଥଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାଆନ୍ତି ା ଏପରି ସ୍ଥଳେ ସେଠାରେ ଜଣେ ଆୟୁଷ(ହୋମିଓପାଥିକ )ମହିଳା ଡ଼ାକ୍ତର, ଜଣେ ଏଲୋପାଥିକ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ୩ ଜଣ ପରିବର୍ତ୍ତେ ଜଣେ ଷ୍ଟାଫ୍‌ ନର୍ସ ଥିବାରୁ ସ୍ବାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇ ପଡୁଛି ା ନିଯୁକ୍ତି ପାଇଥିବା ୩ ଜଣ ଷ୍ଟାପ ନର୍ସଙ୍କ ମଧ୍ୟରୁ ଗତ ୨/୩ ମାସ ହେଲା ୨ଜଣ ଅନ୍ୟତ୍ର ବଦଳି ହୋଇଯାଇ ଥିବା ବେଳେ ସେମାନଙ୍କ ସ୍ଥାନରେ କୌଣସି ଷ୍ଟାଫ୍‌ନର୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ ା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରେକର୍ଡ ସଂଖ୍ୟକ ଗର୍ଭବତୀ ଏବଂ ବିଭିନ୍ନ ଅସ୍ତ୍ରୋପଚାର ରୋଗୀ ଆସୁଛନ୍ତି ା ଦୈନିକ ୧୫୦ ରୋଗୀଙ୍କୁ ସେବା ଯୋଗାଉ ଥିବା ଏହି ଡାକ୍ତରଖାନା ନାନା ଅବ୍ୟବସ୍ଥା ମଧ୍ୟରେ ଚାଳିଛି ା ଏକମାତ୍ର ଇନଚାର୍ଜ ଆୟୁଷ ଡାକ୍ତର ଯେତେବେଳେ ସରକାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି ସେତେବେଳେ ରୋଗୀ ସେବା ଅଣାୟତ ହୋଇପଡୁଛି ା ସପ୍ତାହକୁ ପ୍ରାୟ ୪ରୁ ୫ ଦିନ ଦୁର୍ଘଟଣାଜନିତ ରୋଗୀ ଅବା ଜରୁରୀକାଳୀନ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିବାକୁ ପଡିଥାଏ ା ସଂପ୍ରତି ବର୍ଷାଋତୁ ସମୟରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିବାର ଆଶଙ୍କା ରହିଥିବା ବେଳେ ସାମାନ୍ୟ ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଦେଖାଗଲେ କଣ୍ଟିଲୋ ଓ ଏହାର ଆଖପାଖ ୫୦/୬୦ ଖଣ୍ଡ ମୌଜାରୁ ବହୁ ରୋଗୀ ଏଠାରେ ଭିଡ ଲଗାଉଛନ୍ତି। ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଫାର୍ମାସିଷ୍ଟଙ୍କ ସହ ଷ୍ଟାଫ ନର୍ସଙ୍କ ଜରୁରୀ ଆବଶ୍ୟକତା ରହିଛି ା ସମ୍ପ୍ରତି ରାଜ୍ୟ ସରକାର ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା(ଆଣ୍ଟି ରାବିସ) ପ୍ରତିଶୋଧକ ଇଞ୍ଜେକଶନ ରଖିବାର ଯୋଜନା ପ୍ରସ୍ତୁତ କରିଛନ୍ତି ା ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ(ଡିସି) ଡା଼କ୍ତର ନୌସଦ୍ଦ ଅଲ୍ଲୀଖାଁ ମଙ୍ଗଳବାର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି କୁକୁର କାମୁଡା ଇଞ୍ଜେକଶନ ଉପଲବ୍ଧ ହେବାର ସୂଚନା ଦେଇଛନ୍ତି ା ଏଣୁ ଜଣେ ମାତ୍ର ଷ୍ଟାଫ ନର୍ସ ରୋଗୀ ସେବା ସହ ଅନ୍ୟ କାର୍ଯ୍ୟ ପରିଚାଳନା କରିବା ଅସମ୍ଭବ ହୋଇପଡିଛି ା ଏଠାରେ ଆଉ ଜଣେ ଡ଼ାକ୍ତର/ସ୍ତ୍ରୀ ରୋଗ ବିଶେଷଜ୍ଞ କିମ୍ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନର୍ସ ଓ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି ା ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ରମାକାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri