Categories: ଜାତୀୟ

ଉତ୍ତର କୋରିଆ ସହ ସମାନ ପଶ୍ଚିମବଙ୍ଗ ପରିସ୍ଥିତି: ଜ୍ୟୋତିର୍ମୟ ମହତୋ

କୋଲକାତା,୧୦ ।୧୨: ପଶ୍ଚିମବଙ୍ଗରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍‌ପି ଜ୍ୟୋତିର୍ମୟ ସିଂ ମହତୋ । ସେ କହିଛନ୍ତି ପଶ୍ଚିମବଙ୍ଗ ପରିସ୍ଥିତି ଏବେ ଉତ୍ତର କୋରିଆ ପରିସ୍ଥିତି ସହ ସମାନ । ଏଠାରେ ଏକଛତ୍ରବାଦୀ ଶାସନ ଚାଲିଛି । ଏହାସହ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ସହ ତୁଳନା କରିଛନ୍ତି । ମହତୋ କହିଛନ୍ତି ପଶ୍ଚିମବଙ୍ଗରେ ଖୁବଶୀଘ୍ର ରାଷ୍ଟ୍ର୍ରପତି ଶାସନ ଜାରି ହେବା ଉଚିତ । ଗତ ୩ ବର୍ଷ ହେବ ପଶ୍ଚିମବଙ୍ଗର ପରିସ୍ଥିତି ଏହିପରି ହୋଇଯାଇଥିବା ବେଳେ ଆଜି ସେମାନେ ଯେଉଁଭଳି ଆମ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଛନ୍ତି ସେଥିରେ ଆମର କେତେଜଣ କର୍ମୀ ଆହତ ହେବାସହ ୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ନଡ୍ଡାଙ୍କ ରାଲି ଉପରେ ପଥରମାଡ କରାଯିବା ଫଳରେ ସେ ସିନା ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲେ କେତେଜଣ କର୍ମୀ ଏଥିରେ ଆହତ ହୋଇଛନ୍ତି । ଭାଜପା ନେତା କୈଳାଶ ବିଜୟ ଭର୍ଗିୟଙ୍କ ଗାଡିର କାଚ ମଧ୍ୟ ଭାଙ୍ଗି ଯାଇଛି ।

Share