Categories: ଜାତୀୟ

୮ ବର୍ଷ ପରେ ବି ବଦଳିନି ସ୍ଥିତି: ନିର୍ଭୟାଙ୍କ ମାତା-ପିତା

ନୂଆଦିଲ୍ଲୀ, ୧୬।୧୨: ଇତିମଧ୍ୟରେ ନିର୍ଭୟା କାଣ୍ଡକୁ ୮ ବର୍ଷ ବିତିଛି। ୨୦୧୨ ଡିସେମ୍ବର ୧୬-୧୭ ରାତ୍ରରେ ନିର୍ଭୟାକାଣ୍ଡ ହୋଇଥିଲା। ତେବେ ଏବେ ବି ସ୍ଥିତି ବଦଳିନି ବୋଲି ନିର୍ଭୟା ମାତା ଆଶା ଦେବୀ ଏବଂ ପିତା ବଦ୍ରିନାଥ ସିଂ କହିଛନ୍ତି। ରାଜରାସ୍ତାରେ ମହିଳାଙ୍କ ଯିବା ଆସିବା ସୁରକ୍ଷା ନେଇ ଏବେ ମଧ୍ୟ ସଙ୍କଟ ରହିଛି। ମହିଳାଙ୍କ ଉପରେ ହେଉଥିବା ଅପରାଧରେ କମ୍‌ ହୋଇନି। ନିର୍ଭୟା କାଣ୍ଡ ଦୋଷୀଙ୍କୁ ଫାଶୀଦଣ୍ଡ ମିଳିଛି। ମାତ୍ର ଏହାର କୌଣସି ପ୍ରଭାବ ଅନୁଭୁତ ହୋଇନାହିଁ। ପ୍ରତିିଦିନ ମହିଳାଙ୍କ ଉପରେ ଅପରାଧ ଘଟିଚାଲିଛି ବୋଲି ନିର୍ଭୟାଙ୍କ ମାତା ପିତା କହିଛନ୍ତି।

Share