Categories: ଫୁରସତ

ବିନା ହେଲ୍‌ମେଟ୍‌ରେ ଯିବାକୁ ବସିଥିଲେ, ଟ୍ରାଫିକ୍‌ ପୋଲିସ ନୁହେଁ ହାତୀ ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବକ ଗାଡ଼ି ନେଇ ବାହାରକୁ ଯାଉଥିବା ବେଳେ ହାତୀଟିଏ ତାଙ୍କ ଗୋଡ଼କୁ ଟାଣିଟାଣି ଗାଡ଼ିରୁ ଓହ୍ଲାଇ ଦେଉଛି। ଯୁବକ ଜଣକ ପୁଣି ଗାଡ଼ିପାଖକୁ ଅସୁଥିବା ବେଳେ ହାତୀ ତାଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ଦେଇଦଉଛି। ପରେ ସେ ଗାଡ଼ି ନେଇ ଯାଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share