ଅପେକ୍ଷା କରି ବସିଛନ୍ତି

ତାମିଲନାଡୁର ଥୁଟୁକୁଡ଼ି ଜିଲାରେ ଏକ ପୋଲିସ ହାଜତ ମୃତ୍ୟୁ ଘଟଣାର ୨୫ ବର୍ଷ ପରେ ସ୍ଥାନୀୟ ଅଦାଲତ ଜଣେ ପୋଲିସ ଡିଏସ୍‌ପି ଓ ଇନ୍ସପେକ୍ଟରଙ୍କ ସମେତ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପ୍ରିଲ ୬ରେ ଥୁଟୁକୁଡ଼ି ଅତିରିକ୍ତ ଜିଲା ଦୌରାଜଜ୍‌ ପି. ଥନ୍‌ଧାବନ ଏହି ରାୟ ଶୁଣାଇଥିଲେ। ମାମଲାଟି ଥିଲା ୧୭ ସେପ୍ଟେମ୍ବର ୧୯୯୯ର। ଏହିଦିନ ଲୁଣମରା କାମ କରୁଥିବା ସି. ଭିନ୍‌ସେଣ୍ଟ ନାମକ ବ୍ୟକ୍ତିଙ୍କୁ ଏକ ଅଭିଯୋଗ କ୍ରମେ ଥାଲାମୁଥୁ ନଗର ପୋଲିସ ଷ୍ଟେଶନ ହେପାଜତକୁ ଅଣାଯାଇଥିଲା। ତା’ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୮ରେ ତାଙ୍କର ହାଜତରେ ମୃତ୍ୟୁ ଘଟିଥିଲା। ଭିନ୍‌ସେଣ୍ଟଙ୍କ ସ୍ତ୍ରୀ ଭି.କୃଷ୍ଣାମଲ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।
ରେଭିନ୍ୟୁ ଡିଭିଜନାଲ ଅଫିସର(ଆରଡିଓ) ତଦନ୍ତ ପରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ସେତେବେଳର ସବ୍‌ଇନ୍ସପେକ୍ଟରଙ୍କୁ ଅଭିଯୋଗ ତାଲିକାରୁ ବାଦ୍‌ ଦିଆଯାଇଥିଲା। ପରେ କୃଷ୍ଣାମଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ୨୦୦୭ରେ ପ୍ରଥମ ଅଭିଯୁକ୍ତ ଭାବେ ରାମକ୍ରିଷ୍ଣନଙ୍କୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯିଏ ଏବେ ଦୋଷୀ ହୋଇଥିବା ପୋଲିସ ଡିଏସ୍‌ପି ଭାବେ କାର୍ଯ୍ୟରତ। ପରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲାର ବିଚାର ହୋଇଥିଲା। ୨ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରାଯାଇଥିବାବେଳେ ଯେଉଁ ୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣ ଅବସର ନେଇ ସାରିଲେଣି। ଥୁଟୁକୁଡ଼ିର ଏହି ହାଜତ ମୃତ୍ୟୁ ମାମଲା ବିଳମ୍ବିତ ବିଚାରର ଏକମାତ୍ର ଦୃଷ୍ଟାନ୍ତ ନୁହେଁ। ଦେଶର ବିଭିନ୍ନ ରାଜ୍ୟରେ ହାଜତ ମୃତ୍ୟୁ ଘଟଣା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ୨୦୨୩ରେ ଲୋକ ସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୧୬-୨୦୨୨ ଫେବୃଆରୀ ସୁଦ୍ଧା ଦକ୍ଷିଣ ଭାରତରେ ଘଟିଥିବା ହାଜତ ମୃତ୍ୟୁ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୪୭୮ଟି ହୋଇଥିବାବେଳେ ଉତ୍ତର ଭାରତରେ ଯଥେଷ୍ଟ ଅଧିକ ହୋଇଥିଲା। ଏହି ଅବଧିରେ ଭାରତରେ ମୋଟ ୧୧,୪୧୯ଟି ହାଜତ ମୃତ୍ୟୁ ଘଟିଥିଲା।
ଦେଖାଯାଏ ଦେଶରେ ଯେଉଁ ହାରରେ ହାଜତ ମୃତ୍ୟୁ ଘଟୁଛି ସେହି ଅନୁପାତରେ ପୋଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ମୁଖ୍ୟ କାରଣ ହେଉଛି ସେହି ହାଜତ ମୃତ୍ୟୁ ସମ୍ପର୍କିତ ତଦନ୍ତକୁ ସେହି ସ୍ଥାନୀୟ ପୋଲିସ କରୁଥିବା ହେତୁ ନିଜର ବନ୍ଧୁମାନଙ୍କୁ ଦଣ୍ଡିତ ହେବାକୁ ଦିଅନ୍ତି ନାହିଁ। ତତ୍‌ସହିତ ପୋଲିସ ସାଙ୍ଗରେ ସବୁବେଳେ ମିଳିମିଶି ରହୁଥିବା ନିମ୍ନ ଅଦାଲତଗୁଡ଼ିକ ନିଜ ଆଡୁ କେବେହେଲେ ପୋଲିସ ଦ୍ୱାରା ଘଟାଯାଉଥିବା ଅପରାଧକୁ ଖୋଳତାଡ଼ କରନ୍ତି ନାହିଁ। ଅନ୍ୟପଟେ ସାଧାରଣ ନାଗରିକଙ୍କ ପାଇଁ ଯେଉଁ କଠୋର ମନୋଭବ ରହେ, ସେହି ମନୋଭାବ ନିମ୍ନ ଅଦାଲତ ତରଫରୁ ପୋଲିସର ମାତ୍ରାଧିକ କାର୍ଯ୍ୟ ପାଇଁ ରହେନାହିଁ; ଯାହାଫଳରେ ଭାରତରେ ହାଜତ ମୃତ୍ୟୁ ଏକ ସାଂଘାତିକ ମନୋଭାବର ପରିଚୟ ପାଲଟିଗଲାଣି। ଯେଉଁ ପୋଲିସ ଅଫିସର ବାଡେଇକରି ମାରିଦେଇପାରୁଛି ତାହାର ସେହି ବ୍ୟବସ୍ଥାରେ ସମ୍ମାନ ଓ ଗୁରୁତ୍ୱ ବୃଦ୍ଧିପାଉଛି।
ତେବେ ସାଧାରଣରେ ହାଜତ ମୃତ୍ୟୁ ଘଟଣାଗୁଡ଼ିକରେ ପୋଲିସ ବିରୋଧରେ କମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ରିପୋର୍ଟରୁ ସ୍ପଷ୍ଟ ହୁଏ। ଏନ୍‌ଏଚ୍‌ଆର୍‌ସି ତଥ୍ୟ ମୁତାବକ ୨୦୧୭ରୁ ୨୦୨୧ ପାଞ୍ଚବର୍ଷରେ ବିଚାରବିଭାଗୀୟ ତଥା ପୋଲିସ ହାଜତ ମୃତ୍ୟୁ ଘଟଣାରେ କେବଳ ୨୧ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଜତରେ ମୃତ୍ୟୁ ହେଲେ ଘଟଣାଟିକୁ ପରିବାର ଲୋକେ କିମ୍ବା ମାନବ ଅଧିକାର କର୍ମୀମାନେ ଅଭିଯୋଗ ଆଣିଲେ ମଧ୍ୟ ଅନେକ ସମୟରେ ତାହାକୁ ବିଭିନ୍ନ ଆଳରେ ଚାପି ଦିଆଯାଉଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ, ନିକଟରେ ହୀରାକୁଦ ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ଅଭିଯୋଗକୁ ନେଇ ସମ୍ବଲପୁର ସହରରେ ଉତ୍ତେଜନା ଦେଖାଯାଇଥିଲା। ରାଜ୍ୟର ବିଭିନ୍ନ ଥାନାରେ ବାରମ୍ବାର ଏଭଳି ହାଜତ ନିର୍ଯାତନା କିମ୍ବା ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ଜୁଲାଇ ୨୦୨୪ରେ ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟରେ ୨୦୧୪ରୁ ୨୦୨୩ ମଧ୍ୟରେ ୪୮ଟି ହାଜତ ମୃତ୍ୟୁ ଘଟିଛି। ତେବେ ଏହିସବୁ ଘଟଣାରେ କେତେଜଣ ପୋଲିସଙ୍କ ଉପରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେଥିମଧ୍ୟରୁ କେତୋଟି ମାନବ ଅଧିକାର କମିଶନରେ ଅଭିଯୋଗ ହୋଇଛି, କେତେ ଜଣ ନ୍ୟାୟ କିମ୍ବା କ୍ଷତିପୂରଣ ପାଇଛନ୍ତି, ତାହାର ସବିଶେଷ ତଥ୍ୟ ସାଧାରଣରେ ପ୍ରକାଶ ପାଉନାହିଁ। ତେବେ ତାମିଲନାଡୁ ଘଟଣାରେ ଭିନ୍‌ସେଣ୍ଟଙ୍କ ସ୍ତ୍ରୀଙ୍କ ଲଢ଼େଇ ଯୋଗୁ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହେଲା। ଦୀର୍ଘକାଳ ଲଢ଼େଇକରି ଜଣେ ମହିଳା ତାଙ୍କ ଲକ୍ଷ୍ୟରେ ପହଞ୍ଚିପାରିିଛନ୍ତି ଏବଂ ତାହା ପ୍ରତିଟି କ୍ଷେତ୍ରରେ ଅନୁକରଣୀୟ। କିନ୍ତୁ ମନେରଖିବାକୁ ହେବ ଯେ, ଏହା ମାତ୍ର ଟ୍ରାଏଲ କୋର୍ଟ ସ୍ତରର ବିଜୟ। ଏହା ପରେ ଆହୁରି ଅନେକ ପାହାଚ ରହିଛି ଏବଂ ପ୍ରତ୍ୟେକ ପାହାଚରେ ଜଷ୍ଟିସ ଯଶଓ୍ବନ୍ତ ଭର୍ମାଙ୍କ ଭଳି ଲୋକ ନ୍ୟାୟ ଦେବା ପାଇଁ ଅପେକ୍ଷା କରି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?