ଅପେକ୍ଷା କରି ବସିଛନ୍ତି

ତାମିଲନାଡୁର ଥୁଟୁକୁଡ଼ି ଜିଲାରେ ଏକ ପୋଲିସ ହାଜତ ମୃତ୍ୟୁ ଘଟଣାର ୨୫ ବର୍ଷ ପରେ ସ୍ଥାନୀୟ ଅଦାଲତ ଜଣେ ପୋଲିସ ଡିଏସ୍‌ପି ଓ ଇନ୍ସପେକ୍ଟରଙ୍କ ସମେତ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପ୍ରିଲ ୬ରେ ଥୁଟୁକୁଡ଼ି ଅତିରିକ୍ତ ଜିଲା ଦୌରାଜଜ୍‌ ପି. ଥନ୍‌ଧାବନ ଏହି ରାୟ ଶୁଣାଇଥିଲେ। ମାମଲାଟି ଥିଲା ୧୭ ସେପ୍ଟେମ୍ବର ୧୯୯୯ର। ଏହିଦିନ ଲୁଣମରା କାମ କରୁଥିବା ସି. ଭିନ୍‌ସେଣ୍ଟ ନାମକ ବ୍ୟକ୍ତିଙ୍କୁ ଏକ ଅଭିଯୋଗ କ୍ରମେ ଥାଲାମୁଥୁ ନଗର ପୋଲିସ ଷ୍ଟେଶନ ହେପାଜତକୁ ଅଣାଯାଇଥିଲା। ତା’ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୮ରେ ତାଙ୍କର ହାଜତରେ ମୃତ୍ୟୁ ଘଟିଥିଲା। ଭିନ୍‌ସେଣ୍ଟଙ୍କ ସ୍ତ୍ରୀ ଭି.କୃଷ୍ଣାମଲ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।
ରେଭିନ୍ୟୁ ଡିଭିଜନାଲ ଅଫିସର(ଆରଡିଓ) ତଦନ୍ତ ପରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ସେତେବେଳର ସବ୍‌ଇନ୍ସପେକ୍ଟରଙ୍କୁ ଅଭିଯୋଗ ତାଲିକାରୁ ବାଦ୍‌ ଦିଆଯାଇଥିଲା। ପରେ କୃଷ୍ଣାମଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ୨୦୦୭ରେ ପ୍ରଥମ ଅଭିଯୁକ୍ତ ଭାବେ ରାମକ୍ରିଷ୍ଣନଙ୍କୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯିଏ ଏବେ ଦୋଷୀ ହୋଇଥିବା ପୋଲିସ ଡିଏସ୍‌ପି ଭାବେ କାର୍ଯ୍ୟରତ। ପରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲାର ବିଚାର ହୋଇଥିଲା। ୨ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରାଯାଇଥିବାବେଳେ ଯେଉଁ ୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣ ଅବସର ନେଇ ସାରିଲେଣି। ଥୁଟୁକୁଡ଼ିର ଏହି ହାଜତ ମୃତ୍ୟୁ ମାମଲା ବିଳମ୍ବିତ ବିଚାରର ଏକମାତ୍ର ଦୃଷ୍ଟାନ୍ତ ନୁହେଁ। ଦେଶର ବିଭିନ୍ନ ରାଜ୍ୟରେ ହାଜତ ମୃତ୍ୟୁ ଘଟଣା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ୨୦୨୩ରେ ଲୋକ ସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୧୬-୨୦୨୨ ଫେବୃଆରୀ ସୁଦ୍ଧା ଦକ୍ଷିଣ ଭାରତରେ ଘଟିଥିବା ହାଜତ ମୃତ୍ୟୁ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୪୭୮ଟି ହୋଇଥିବାବେଳେ ଉତ୍ତର ଭାରତରେ ଯଥେଷ୍ଟ ଅଧିକ ହୋଇଥିଲା। ଏହି ଅବଧିରେ ଭାରତରେ ମୋଟ ୧୧,୪୧୯ଟି ହାଜତ ମୃତ୍ୟୁ ଘଟିଥିଲା।
ଦେଖାଯାଏ ଦେଶରେ ଯେଉଁ ହାରରେ ହାଜତ ମୃତ୍ୟୁ ଘଟୁଛି ସେହି ଅନୁପାତରେ ପୋଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ମୁଖ୍ୟ କାରଣ ହେଉଛି ସେହି ହାଜତ ମୃତ୍ୟୁ ସମ୍ପର୍କିତ ତଦନ୍ତକୁ ସେହି ସ୍ଥାନୀୟ ପୋଲିସ କରୁଥିବା ହେତୁ ନିଜର ବନ୍ଧୁମାନଙ୍କୁ ଦଣ୍ଡିତ ହେବାକୁ ଦିଅନ୍ତି ନାହିଁ। ତତ୍‌ସହିତ ପୋଲିସ ସାଙ୍ଗରେ ସବୁବେଳେ ମିଳିମିଶି ରହୁଥିବା ନିମ୍ନ ଅଦାଲତଗୁଡ଼ିକ ନିଜ ଆଡୁ କେବେହେଲେ ପୋଲିସ ଦ୍ୱାରା ଘଟାଯାଉଥିବା ଅପରାଧକୁ ଖୋଳତାଡ଼ କରନ୍ତି ନାହିଁ। ଅନ୍ୟପଟେ ସାଧାରଣ ନାଗରିକଙ୍କ ପାଇଁ ଯେଉଁ କଠୋର ମନୋଭବ ରହେ, ସେହି ମନୋଭାବ ନିମ୍ନ ଅଦାଲତ ତରଫରୁ ପୋଲିସର ମାତ୍ରାଧିକ କାର୍ଯ୍ୟ ପାଇଁ ରହେନାହିଁ; ଯାହାଫଳରେ ଭାରତରେ ହାଜତ ମୃତ୍ୟୁ ଏକ ସାଂଘାତିକ ମନୋଭାବର ପରିଚୟ ପାଲଟିଗଲାଣି। ଯେଉଁ ପୋଲିସ ଅଫିସର ବାଡେଇକରି ମାରିଦେଇପାରୁଛି ତାହାର ସେହି ବ୍ୟବସ୍ଥାରେ ସମ୍ମାନ ଓ ଗୁରୁତ୍ୱ ବୃଦ୍ଧିପାଉଛି।
ତେବେ ସାଧାରଣରେ ହାଜତ ମୃତ୍ୟୁ ଘଟଣାଗୁଡ଼ିକରେ ପୋଲିସ ବିରୋଧରେ କମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ରିପୋର୍ଟରୁ ସ୍ପଷ୍ଟ ହୁଏ। ଏନ୍‌ଏଚ୍‌ଆର୍‌ସି ତଥ୍ୟ ମୁତାବକ ୨୦୧୭ରୁ ୨୦୨୧ ପାଞ୍ଚବର୍ଷରେ ବିଚାରବିଭାଗୀୟ ତଥା ପୋଲିସ ହାଜତ ମୃତ୍ୟୁ ଘଟଣାରେ କେବଳ ୨୧ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଜତରେ ମୃତ୍ୟୁ ହେଲେ ଘଟଣାଟିକୁ ପରିବାର ଲୋକେ କିମ୍ବା ମାନବ ଅଧିକାର କର୍ମୀମାନେ ଅଭିଯୋଗ ଆଣିଲେ ମଧ୍ୟ ଅନେକ ସମୟରେ ତାହାକୁ ବିଭିନ୍ନ ଆଳରେ ଚାପି ଦିଆଯାଉଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ, ନିକଟରେ ହୀରାକୁଦ ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ଅଭିଯୋଗକୁ ନେଇ ସମ୍ବଲପୁର ସହରରେ ଉତ୍ତେଜନା ଦେଖାଯାଇଥିଲା। ରାଜ୍ୟର ବିଭିନ୍ନ ଥାନାରେ ବାରମ୍ବାର ଏଭଳି ହାଜତ ନିର୍ଯାତନା କିମ୍ବା ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ଜୁଲାଇ ୨୦୨୪ରେ ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟରେ ୨୦୧୪ରୁ ୨୦୨୩ ମଧ୍ୟରେ ୪୮ଟି ହାଜତ ମୃତ୍ୟୁ ଘଟିଛି। ତେବେ ଏହିସବୁ ଘଟଣାରେ କେତେଜଣ ପୋଲିସଙ୍କ ଉପରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେଥିମଧ୍ୟରୁ କେତୋଟି ମାନବ ଅଧିକାର କମିଶନରେ ଅଭିଯୋଗ ହୋଇଛି, କେତେ ଜଣ ନ୍ୟାୟ କିମ୍ବା କ୍ଷତିପୂରଣ ପାଇଛନ୍ତି, ତାହାର ସବିଶେଷ ତଥ୍ୟ ସାଧାରଣରେ ପ୍ରକାଶ ପାଉନାହିଁ। ତେବେ ତାମିଲନାଡୁ ଘଟଣାରେ ଭିନ୍‌ସେଣ୍ଟଙ୍କ ସ୍ତ୍ରୀଙ୍କ ଲଢ଼େଇ ଯୋଗୁ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହେଲା। ଦୀର୍ଘକାଳ ଲଢ଼େଇକରି ଜଣେ ମହିଳା ତାଙ୍କ ଲକ୍ଷ୍ୟରେ ପହଞ୍ଚିପାରିିଛନ୍ତି ଏବଂ ତାହା ପ୍ରତିଟି କ୍ଷେତ୍ରରେ ଅନୁକରଣୀୟ। କିନ୍ତୁ ମନେରଖିବାକୁ ହେବ ଯେ, ଏହା ମାତ୍ର ଟ୍ରାଏଲ କୋର୍ଟ ସ୍ତରର ବିଜୟ। ଏହା ପରେ ଆହୁରି ଅନେକ ପାହାଚ ରହିଛି ଏବଂ ପ୍ରତ୍ୟେକ ପାହାଚରେ ଜଷ୍ଟିସ ଯଶଓ୍ବନ୍ତ ଭର୍ମାଙ୍କ ଭଳି ଲୋକ ନ୍ୟାୟ ଦେବା ପାଇଁ ଅପେକ୍ଷା କରି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri