Categories: ଜାତୀୟ

ପ୍ରେମିକାଙ୍କ କବର ଉପରେ ବସି ସିରିଏଲ୍‌ କିଲର ପ୍ରେମିକ ପିଉଥିଲେ ମଦ, ତାପରେ ଘଟିଲା ଏପରି…

ଭୋପାଳ, ୨୯।୮: ପ୍ରେମରୁ ସମ୍ପର୍କ ଏହା ପରେ ଅପରାଧ। ପ୍ରେମିକାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ ସିରିଏଲ୍‌ କିଲର ପ୍ରେମିକ। ପ୍ରେମିକାଙ୍କ କବର ଉପରେ ବସି ମଦ ପିଇ ମନକୁ ହାଲକା କରୁଥିଲେ। ମଧ୍ୟପ୍ରଦେଶ ଭୋପାଳର ସିରିଏଲ୍‌ କିଲର ଉଦୟନ ଦାସଙ୍କୁ ପଶ୍ଚିମବଙ୍ଗ ବାଙ୍କୁଡ଼ା ଫାଷ୍ଟ ଟ୍ରାକ୍‌ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତିି। ବିଚାରପତି ସୁରେଶ ବିଶ୍ୱକର୍ମା ଏଭଳି ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପ୍ରେମିକା ଆକାଂକ୍ଷା ଶର୍ମାଙ୍କ ସହିତ ଫେସବୁକ୍‌ରେ ଚିହ୍ନା ପରିଚୟ ହୋଇଥିଲା। ଆମେରିକାରେ ଚାକିରି କରୁଥିବା କହି ସେ ଆକାଂକ୍ଷାଙ୍କୁ ବିବାହ କରିଥିଲେ। ପରେ ସତ ଜଣାପଡ଼ିଥିଲା। ଘରେ ଅଶାନ୍ତି ବଢ଼ିଥିଲା। ଉଦୟନ ୨୦୧୦ରେ ନିଜ ମାତା ପିତାଙ୍କୁ ହତ୍ୟା କରି ରାୟପୁରଠାରେ ଥିବା ତାଙ୍କ ଘର ବଗିଚାରେ କବର ଦେଇଥିଲେ। ଏହାପରେ ୨୦୧୬ ଜାନୁୟାରୀ ୨୩ରେ ସେ ଆକାଂକ୍ଷାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ। ସମ୍ପର୍କୀୟଙ୍କୁ ମାତା ପିତା ଆମେରିକାରେ ଥିବା କହି ଭୂଆଁ ବୁଲାଉଥିଲେ। ସେହିପରି ଆକାଂକ୍ଷାଙ୍କ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ବ୍ୟବହାର କରି ବନ୍ଧୁମାନଙ୍କ ସହିତ ଚାଟ୍‌ କରି ଆମେରିକାରେ ଥିବା ସୂଚନା ଦେଉଥିଲେ। ତେବେ ଶେଷରେ ତାଙ୍କୁ ୨୦୧୭ ଫେବୃୟାରୀ ୨ରେ ପୋଲିସ ଗିରଫ କରିଥିଲା। ପଚରା ଉଚରା ସମୟରେ ସେ ସତ ପ୍ରକାଶ କରିଥିଲେ। ମାତାପିତାଙ୍କୁ ହତ୍ୟା କରି ପେନ୍‌ସନ୍‌ ମଧ୍ୟ ଡ୍ର କରୁଥିବା ପ୍ରକାଶ କରିଥିଲେ।

Share