ପ୍ରେମିକଙ୍କ ଘର ଆଗରେ ଧାରଣା

ଦେବଗଡ଼,୭।୯(ଡି.ଏନ.ଏ): ବୋହୂର ମାନ୍ୟତା ଦାବିରେ ଜଣେ ଯୁବତୀ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମ ସ୍ଥିତ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଯୁବତୀ ଜଣକ ସୋମବାରଠାରୁ ସେଠାରେ ଧାରଣା ଦେଇଥିଲେ ମଧ୍ୟ ତାଙ୍କୁ ବୋହୂ ମାନ୍ୟତା ଦେବା ବଦଳରେ ପ୍ରେମିକ ଜଣକ ଘର ଛାଡି ଫେରାର ହୋଇଯାଇଛନ୍ତି। ସେହିପରି ବୋହୂର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଧାରଣାରତା ଯୁବତୀ ଜିଦ୍‌ ଧରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ଦେବଗଡ଼ ଜିଲା ବାବରାକୋଟ ଗ୍ରାମର ସଞ୍ଜୟ ସାହୁ ଓ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ହିତସରା ଗ୍ରାମର ଅଲି ସାହୁ (୩୭)ଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ୨୦୧୯ରେ ସଞ୍ଜୟ ହିତସରା ଗ୍ରାମ ସ୍ଥିତ ଅଲିଙ୍କ ଘରକୁ ଯାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଧରାପଡି ବଳାତ୍କାର ଅଭିଯୋଗରେ ରେଢାଖୋଲ ଜେଲ୍‌ ଯାଇଥିଲେ। ପରେ ସଞ୍ଜୟ ଅଲି ଏବଂ ତାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଅଲିଙ୍କ ପରିବାର ଲୋକେ କୋହଳ ମନୋଭାବ ପୋଷଣ କରିବାରୁ ସଞ୍ଜୟ ଜେଲରୁ ମୁକୁଳିଥିଲେ। ଏହାପରେ ସଞ୍ଜୟ ଅଲିଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ସହ କୁଆଡେ ଘର ନିର୍ମାଣ ଏବଂ ଦୋକାନର ଉନ୍ନତୀକରଣ ପାଇଁ ଟଙ୍କା ମାଗିବାରୁ ଅଲି ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଥିଲେ। ଏହି ଟଙ୍କା ସେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସଞ୍ଜୟଙ୍କୁ ପ୍ରଦାନ କରିଥିବା ଅଲି ପ୍ରକାଶ କରିଛନ୍ତି। ଘର ନିର୍ମାଣ ଓ ଦୋକାନର ଉନ୍ନତୀକରଣ ପରେ ସଞ୍ଜୟ ତାଙ୍କୁ ବିବାହ କରିବା ପରିବର୍ତ୍ତେ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଅଲି ସଞ୍ଜୟଙ୍କୁ ସାକ୍ଷାତ କରି ବିବାହ ପାଇଁ ଜିଦ୍‌ ଧରିବାରୁ ସଞ୍ଜୟ ନାନା ଆଳ ଦେଖାଇ ବିବାହ ପାଇଁ ମନା କରିଦେଇଥିଲେ। ଫଳରେ ସୋମବାର ଅପରାହ୍ନରେ ଅଲି ସମ୍ପର୍କୀୟା ମାନଙ୍କ ସହ ବାବରାକୋଟ ଗ୍ରାମକୁ ଆସି ସଞ୍ଜୟ ଏବଂ ତାଙ୍କ ମା’ଙ୍କ ସହ ଆଲୋଚନା କରି ତାଙ୍କୁ ବୋହୂ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଏଥିରେ ରାଜି ନ ହେବାରୁ ଅଲି ସଞ୍ଜୟଙ୍କ ଦ୍ୱାର ମୁହଁରେ ଧାରଣା ଦେଇଥିଲେ। ଏ ନେଇ ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଲିଙ୍କୁ ବୁଝାଶୁଝା କରିଥିଲେ। ତେବେ ସଞ୍ଜୟ ତାଙ୍କୁ ସ୍ତ୍ରୀର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି କହିଛନ୍ତି। ଏହି ଘଟଣା ଦେବଗଡ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri