Posted inଜାତୀୟ

ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ରାଜ୍ୟ ସଭାରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ। ୧୯୪୯ରେ କବି ଏବଂ ଗୀତିକାର ମଜରୁହ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହନିଙ୍କୁ ଗିରଫ କରି ଜେଲ ପଠାଯିବା ସହ ସେମାନଙ୍କ ପୁସ୍ତକକୁ ବେଆଇନ ଘୋଷଣା କରାଯାଇଥିଲା। କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ନୁହେଁ ବରଂ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ସମ୍ବିଧାନ ସଂଶୋଧନ କରୁଥିଲେ ବୋଲି ସୀତାରାମନ୍‌ କହିଥିଲେ।
ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହାର କଡ଼ା ଜବାବ ଦେଇଛନ୍ତି। ସୀତାରାମନ ନିଜେ ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ଶିକ୍ଷାଗ୍ରହଣ କରିଥିଲେ। ସେ ଇଂଲିଶ ଓ ହିନ୍ଦୀରେ ବହୁତ ଭଲ, କିନ୍ତୁ ତାଙ୍କ କାର୍ଯ୍ୟ ଭଲ ନୁହେଁ ବୋଲି ଖାର୍ଗେ କହିଛନ୍ତି। ଗାନ୍ଧୀ ପରିବାରକୁ ଭାଜପା ଅସମ୍ମାନିତ କରିବା ସହ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି କଂଗ୍ରେସର ପ୍ରତିଶ୍ରୁତିବଦ୍ଧତା ଉପରେ ପ୍ରଶ୍ନ ଉଠାଉଥିବା ଖାର୍ଗେ ଅଭିଯୋଗ କରିଛନ୍ତି। ଯେଉଁମାନେ ଦିନେ ତ୍ରିରଙ୍ଗା, ଅଶୋକ ଚକ୍ର ଏବଂ ସମ୍ବିଧାନକୁ ଘୃଣା କରୁଥିଲେ, ସେମାନେ ଏବେ ଆମକୁ ଶିକ୍ଷା ଦେଉଛନ୍ତି ବୋଲି ଖାର୍ଗେ ସମାଲୋଚନା କରିଥିଲେ। ଭାରତର ସମ୍ବିଧାନ ମନୁସ୍ମୃତି ଆଧାରରେ ଲେଖାଯାଇ ନ ଥିବାରୁ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଏହାର ବିରୋଧ କରୁଥିବା ସେ ଅଭିଯୋଗ କରିଥିଲେ। ନେହେରୁ ରାଜ୍ୟଗୁଡ଼ିକୁ ଲେଖିଥିବା ଏକ ପତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍‌ ଉପସ୍ଥାପନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରାଉଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଅଭିଯୋଗ କରିବା ସହ ତାଙ୍କୁ ନିନ୍ଦା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଖାର୍ଗେ ଦାବି କରିଛନ୍ତି।
ଗଣତନ୍ତ୍ରର ସ୍ଥିତିକୁ ନେଇ ରାଜ୍ୟ ସଭା ସଦସ୍ୟ କପିଲ ସିବଲ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ବୈଶ୍ୱିକ ପ୍ରଯୁକ୍ତି ଶକ୍ତିଗୁଡ଼ିକଠାରୁ ବିପଦ ସମ୍ଭାବନା ରହିଥିବା ସେ ସତର୍କ କରାଇ ଦେଇଛନ୍ତି। ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବିଭିନ୍ନ ଆହ୍ବାନର ସମ୍ମୁଖୀନ। ଅର୍ଥନୈତିକ ଅସମାନତା ଉଦ୍‌ବେଗଜନକ ଭାବେ ବଢ଼ୁଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶର ୪୦ରୁ ୫୦ ପ୍ରତିଶତ ସମ୍ପତ୍ତି ରହିଥିବା ସେ କହିଛନ୍ତି। ଦଳିତଙ୍କ ପ୍ରତି ହିଂସା ବଢ଼ୁଥିବାରୁ ସାମାଜିକ ନ୍ୟାୟକୁ ନେଇ ସିବଲ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଭାଜପା ସାମ୍ବିଧାନିକ ମୂଲ୍ୟବୋଧକୁ ନେଇ କଂଗ୍ରେସକୁ ସମାଲୋଚନା କରିଛି। ସର୍ବପୁରାତନ ଦଳ କ୍ଷମତାରେ ଥିବାବେଳେ ଗୋଟିଏ ପରିବାରକୁ ସାହାଯ୍ୟ କରିବା ପାଇଁ ସମ୍ବିଧାନ ସଂଶୋଧନ କରିଆସୁଥିଲା ବୋଲି ଭାଜପା କହିଛି।
ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରିରୁ ନେହେରୁଙ୍କ କେତେକ ପତ୍ରକୁ ନେଇଯାଇଥିବାରୁ ସେଗୁଡ଼ିକୁ ଫେରାଇବା ପାଇଁ ଭାଜପା ସୋମବାର କହିଛି। ଏହି ଐତିହାସିକ ଦସ୍ତାବିଜ୍‌ଗୁଡ଼ିକ ଦେଶର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହେଁ ବୋଲି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri