Posted inଖେଳ

ନାଡାଲଙ୍କୁ ହରାଇଲେ ସିତ୍‌ସିପାସ୍‌

ମେଲବୋର୍ନ, ୧୮ା୨(ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲର ଏକ ସେମିଫାଇନାଲ ମ୍ୟାଚ ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ୍‌ ଓ ରୁଷିଆର ଡାନିଲ ମେଡଭେଡେଭଙ୍କ ମଧ୍ୟରେ ହେବ। ସିତ୍‌ସିପାସ୍‌ ବୁଧବାର ଖେଳାଯାଇଥିବା ଏକ କ୍ୱାର୍ଟରଫାଇନାଲରେ ୨୦ ଗ୍ରାଣ୍ଡସ୍ଲାମ ବିଜେତା ରାଫାଲ ନାଡାଲଙ୍କୁ ୩-୬, ୨-୬, ୭-୬ (୪),୬-୪, ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ମେଡଭେଡେଭ ବୁଧବାର ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ନିଜ ଦେଶରେ ଆନ୍ଦ୍ରେ ରୁବ୍ଲେଭଙ୍କୁ ୭-୫, ୬-୨, ୬-୩ ସେଟରେ ହରାଇ ଦେଇଛନ୍ତି। ଏଠାରେ ଚତୁର୍ଥ ସିଡ୍‌ ପ୍ରାପ୍ତ ମେଡଭେଡେଭ ତାଙ୍କ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ସେ କ୍ରମାଗତ ୧୯ଟି ମ୍ୟାଚରେ ଅପରାଜେୟ ରହିଛନ୍ତି। ମେଡଭେଡେଭ ୨୦୧୯ ୟୁ.ଏସ୍‌. ଓପନ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ହାରି ରନର୍ସ ଅପ୍‌ ହୋଇଥିଲେ। ଗତ ବର୍ଷ ନ୍ୟୁୟର୍କ ହାର୍ଡକୋର୍ଟର ଏକ କ୍ୱାର୍ଟରଫାଇନାଲରେ ସେ ରୁବ୍ଲେଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏଠାରେ ବୁଧବାର ତାଙ୍କ ବାମ ଗୋଡ଼ରେ ସମସ୍ୟା ଦେଖାଦେଇଥିବାରୁ ମ୍ୟାଚ ଜିତିବା ଲାଗି ତାଙ୍କୁ କଷ୍ଟ କରିବାକୁ ପଡ଼ିଥିଲା ବୋଲି ମେଡଭେଡେଭ କହିଛନ୍ତି। ପୁରୁଷ ସିଙ୍ଗଲ୍ସର ଅନ୍ୟ ସେମିଫାଇନାଲ ବିଶ୍ୱର ନମ୍ବର ଓ୍ବାନ ନୋଭାକ୍‌ ଜୋକୋଭିଚ୍‌ ଏବଂ ରୁଷିଆନ କ୍ୱାଲିଫାୟର ୧୧୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଅସ୍‌ଲାନ କାରାତ୍‌ସେଭଙ୍କ ମଧ୍ୟରେ ହେବ। ୨୭ ବର୍ଷୀୟ କାରାତ୍‌ସେଭ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ଖେଳୁଛନ୍ତି। ଗ୍ରାଣ୍ଡସ୍ଳାମ ପଦାର୍ପଣରେ ସେମିଫାଇନାଲକୁ ଉନ୍ନୀତ ହେବାରେ ସେ ହେଉଛନ୍ତି ଏକମାତ୍ର ପୁରୁଷ ପ୍ରଫେସନାଲ ଖେଳାଳି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଗୋଟିଏ ସେମିଫାଇନାଲ ସେରେନା ଓ୍ବିଲିୟମ୍ସ ଓ ନାଓମି ଓସାକା ଏବଂ ଅନ୍ୟଟି ଜେନିଫର ବ୍ରାଡି ଓ କାରୋଲିନା ମୁଚୋଭାଙ୍କ ମଧ୍ୟରେ ହେବ। ଆମେରିକାର ବ୍ରାଡି କ୍ୱାର୍ଟରଫାଇନାଲରେ ନିଜ ଦେଶର ଜେସିକା ପେଗୁଲାଙ୍କୁ ୪-୬, ୬-୨, ୬-୧ ସେଟ୍‌ରେ ହରାଇଦେଇଛନ୍ତି। ସେ ଦ୍ୱିତୀୟ ଥର ଏକ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୨୫ତମ ସିଡ୍‌ କାରୋଲିନା ନମ୍ବର ୧ ଖେଳାଳି ଆସ୍‌ଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। ବ୍ରାଡି ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ୟୁଏସ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri