ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

ମହାକାଳପଡ଼ା,୨୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ ଜିଇଁବାକୁ ସଂଗ୍ରାମ କରିବାକୁ ପଡୁଛି। ଜଣେ ଅସହାୟ ଆଦିବାସୀ ବୃଦ୍ଧା ଦଦରା ଚାଳ ଛପର ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ଭତ୍ତା ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସାନ୍ତାଳିପଡ଼ା ପାଣିଖିଆର ସୀତା ହେମ୍ବ୍ରମ (୬୫)ଙ୍କ କ୍ଷେତ୍ରରେ। ଆଖିକୁ ଭଲ ସେ ଦିଶୁନି। କିଛିବର୍ଷ ପୂର୍ବେ ସ୍ବାମୀ ପିରୁ ହେମ୍ବ୍ରମଙ୍କ ମଅତ୍ୟୁ ପରେ ସୀତାଙ୍କ ଦୁଇଗୁଣ ଦୁଃଖ କଷ୍ଟ ବଢ଼ି ଯାଇଛି। ନିଜ ଜନ୍ମ କଲା ୨ ପୁଅ ପର କରି ଅଲଗା ରହୁଛନ୍ତି। ହେଲେ ସୀତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତ। ନିକଟ ରେ ଘଞ୍ଚ ଜଙ୍ଗଲ ଥିବାରୁ ସାରେ ସରୀସୃପ ଓ ବନ୍ୟ ଜୀବଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ନୁଆଁଣିଆ ଚାଳ ଝୁମ୍ପୁଡ଼ି ଘରେ ସୀତା ରହୁଛନ୍ତି ବର୍ଷାଦିନରେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସୀତାଙ୍କ ରାଶନ କାର୍ଡ, ଆବାସ ଯୋଜନା ଗୃହ ନାହିଁ, ବିଧବା ଭତ୍ତା ସାତ ସପନ ପଲଟିଛି। ମାଲିକ ଘରେ ପରିଣତ ବୟସ ରେ ଘର ପାଇଟି କାମ କରି ନିଜ ପେଟ ଚାଖଣ୍ଡେ ପୋଷୁଛନ୍ତି। ଯାହା ଖୁଦ ଚାଉଳ ମିଳେ ଘରକୁ ନେଇ ହାଣ୍ଡିରେ ଫୁଟାଇ ପଖାଳ ଭାତ ସାଙ୍ଗକୁ ଜଙ୍ଗଲି ଶାଗ ଖାଇ ଜୀବନ ବିତାଉଛନ୍ତି। ଅପର ପକ୍ଷରେ ସୀତା ନିରକ୍ଷର ହୋଇଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସରକାରୀ ଜନ କଲ୍ୟାଣ ମୂଳକ ଯୋଜନା ଏହି ସାନ୍ତାଳିପଡ଼ାରେ ପହଞ୍ଚତ୍ ପାରୁନି ବୋଲି ଗ୍ରାମର ଲୋକେ କହିଛନ୍ତି। ଏହି ସାନ୍ତାଳିପଡ଼ାରେ ୫୦ପରିବାରର ୨୦୦ ଲୋକ ବସବାସ କରୁଥିବା ଜଣାପଡ଼ୁଛି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା, ବୈସିଙ୍ଗୀ, କପ୍ତିପଦା, ରାଇରଙ୍ଗପୁର, ବହଳଦା, ବାରିପଦା, ଉପରବେଢ଼ା, କରଞ୍ଜିଆ ଆଦି ଅଞ୍ଚଳରୁ ଶହେ ବର୍ଷ ପୂର୍ବେ ପୂର୍ବଜମାନେ ଆସି ବସବାସ କରୁଥିବା ଏମାନେ କହିଛନ୍ତି। ଏହି ଅସହାୟ ଗରିବ ସୀତା ହେମ୍ବ୍ରମଙ୍କୁ ଆବାସ ଯୋଜନା ଗୃହ, ବିଧବା ଭତ୍ତା, ରାଶନ କାର୍ଡ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁନା ମାରାଣ୍ଡି , ବାଣ୍ଠୁ ମଣ୍ଡଳ , ଚରଣ ଟୁଡୁ, ଶଙ୍କର ମାରାଣ୍ଡି, ଜୟରାମ ମଣ୍ଡଳ, ଲବ ମାରାଣ୍ଡି, କୁସ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ପଡ଼ାର ଲୋକମାନେ ଦାବି କରିଛନ୍ତି। ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧାଙ୍କ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri