ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

ମହାକାଳପଡ଼ା,୨୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ ଜିଇଁବାକୁ ସଂଗ୍ରାମ କରିବାକୁ ପଡୁଛି। ଜଣେ ଅସହାୟ ଆଦିବାସୀ ବୃଦ୍ଧା ଦଦରା ଚାଳ ଛପର ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ଭତ୍ତା ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସାନ୍ତାଳିପଡ଼ା ପାଣିଖିଆର ସୀତା ହେମ୍ବ୍ରମ (୬୫)ଙ୍କ କ୍ଷେତ୍ରରେ। ଆଖିକୁ ଭଲ ସେ ଦିଶୁନି। କିଛିବର୍ଷ ପୂର୍ବେ ସ୍ବାମୀ ପିରୁ ହେମ୍ବ୍ରମଙ୍କ ମଅତ୍ୟୁ ପରେ ସୀତାଙ୍କ ଦୁଇଗୁଣ ଦୁଃଖ କଷ୍ଟ ବଢ଼ି ଯାଇଛି। ନିଜ ଜନ୍ମ କଲା ୨ ପୁଅ ପର କରି ଅଲଗା ରହୁଛନ୍ତି। ହେଲେ ସୀତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତ। ନିକଟ ରେ ଘଞ୍ଚ ଜଙ୍ଗଲ ଥିବାରୁ ସାରେ ସରୀସୃପ ଓ ବନ୍ୟ ଜୀବଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ନୁଆଁଣିଆ ଚାଳ ଝୁମ୍ପୁଡ଼ି ଘରେ ସୀତା ରହୁଛନ୍ତି ବର୍ଷାଦିନରେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସୀତାଙ୍କ ରାଶନ କାର୍ଡ, ଆବାସ ଯୋଜନା ଗୃହ ନାହିଁ, ବିଧବା ଭତ୍ତା ସାତ ସପନ ପଲଟିଛି। ମାଲିକ ଘରେ ପରିଣତ ବୟସ ରେ ଘର ପାଇଟି କାମ କରି ନିଜ ପେଟ ଚାଖଣ୍ଡେ ପୋଷୁଛନ୍ତି। ଯାହା ଖୁଦ ଚାଉଳ ମିଳେ ଘରକୁ ନେଇ ହାଣ୍ଡିରେ ଫୁଟାଇ ପଖାଳ ଭାତ ସାଙ୍ଗକୁ ଜଙ୍ଗଲି ଶାଗ ଖାଇ ଜୀବନ ବିତାଉଛନ୍ତି। ଅପର ପକ୍ଷରେ ସୀତା ନିରକ୍ଷର ହୋଇଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସରକାରୀ ଜନ କଲ୍ୟାଣ ମୂଳକ ଯୋଜନା ଏହି ସାନ୍ତାଳିପଡ଼ାରେ ପହଞ୍ଚତ୍ ପାରୁନି ବୋଲି ଗ୍ରାମର ଲୋକେ କହିଛନ୍ତି। ଏହି ସାନ୍ତାଳିପଡ଼ାରେ ୫୦ପରିବାରର ୨୦୦ ଲୋକ ବସବାସ କରୁଥିବା ଜଣାପଡ଼ୁଛି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା, ବୈସିଙ୍ଗୀ, କପ୍ତିପଦା, ରାଇରଙ୍ଗପୁର, ବହଳଦା, ବାରିପଦା, ଉପରବେଢ଼ା, କରଞ୍ଜିଆ ଆଦି ଅଞ୍ଚଳରୁ ଶହେ ବର୍ଷ ପୂର୍ବେ ପୂର୍ବଜମାନେ ଆସି ବସବାସ କରୁଥିବା ଏମାନେ କହିଛନ୍ତି। ଏହି ଅସହାୟ ଗରିବ ସୀତା ହେମ୍ବ୍ରମଙ୍କୁ ଆବାସ ଯୋଜନା ଗୃହ, ବିଧବା ଭତ୍ତା, ରାଶନ କାର୍ଡ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁନା ମାରାଣ୍ଡି , ବାଣ୍ଠୁ ମଣ୍ଡଳ , ଚରଣ ଟୁଡୁ, ଶଙ୍କର ମାରାଣ୍ଡି, ଜୟରାମ ମଣ୍ଡଳ, ଲବ ମାରାଣ୍ଡି, କୁସ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ପଡ଼ାର ଲୋକମାନେ ଦାବି କରିଛନ୍ତି। ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧାଙ୍କ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri