ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ଝିଅ

ସାଉଥ୍‌ ସୁପର୍‌ଷ୍ଟାର୍‌ ମହେଶ ବାବୁଙ୍କର ଆଗାମୀ ଫିଲ୍ମ ‘ସାରକାରୁ ଭାରୀ ପଟା’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଅଭିନେତାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ତେବେ ମହେଶଙ୍କର ଏହି ଫିଲ୍ମରେ ତାଙ୍କ ଝିଅ ସୀତାରା ଘଟ୍ଟାମନେନୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ ସୀତାରାଙ୍କ ପ୍ରଥମ ଫିଲ୍ମ ହେବ।

ସୀତାରାଙ୍କ ଗୀତ ‘ପେନି’ର ପ୍ରୋମୋ ସାମ୍ନାକୁ ଆସିଛି। ଏଥିରେ ମହେଶ ବାବୁ ଝିଅର ଆନ୍ଦାଜ ଦେଖି ବହୁତ ଖୁସି ଅଛନ୍ତି। ଏହି ପ୍ରମୋ ଭିଡିଓରେ ସୀତାରା ନାଚୁଥିବା ନଜର ଆସିଛନ୍ତି । ମହେଶ ବାବୁ ମଧ୍ୟ ଏହି ପ୍ରମୋକୁ ଟୁଇଟ୍‌ରରେ ଶେୟାର କରିଛନ୍ତି। ସୀତାରାଙ୍କ ଗୀତର ପ୍ରୋମୋ ଭିଡିଓକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

Share