ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା ବ୍ଲକ ଅଧୀନ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ନିକଟରେ ରହିଛି ଏହି ଜଳପ୍ରପାତ। ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ତଥା ବଣ ପାହାଡ଼ ଘେରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ୫୦ଫୁଟ ଉଚ୍ଚରୁ ଝରୁଥିବା ପାଣିରେ ସୂର୍ଯ୍ୟଙ୍କ ସୁନେଲୀକିରଣ କୁଣ୍ଡ ଉପରେ ପଡ଼ି ଝଲମଲ ହେବା ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷଯାକ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ବଣଭୋଜି ପାଇଁ ସୀତାକୁଣ୍ଡ ଏକ ପ୍ରକୃଷ୍ଠ ସ୍ଥାନ ରୂପେ ପରିଚିତ।
ଶୀତର ପ୍ରକୋପ ବୃଦ୍ଧି ପାଇଲେ ବଣଭୋଜି କରିବାକୁ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏଠାକୁ ଆସୁଥିବା ଲୋକେ ସୀତାକୁଣ୍ଡରେ ଗାଧୋଇବା ସହ ସେଲ୍‌ଫି ଉଠାଇଥାନ୍ତି।
ଏହି ପାଣି ବୋହିଯାଇ ମୁନିଦର ସ୍ଥିତ ପଳପଳା ନଦୀରେ ମିଶୁଛିି। ପଳପଳା ନଦୀର ପାଣି ବୁଢ଼ାବଳଙ୍ଗରେ ମିଶୁଛି। ସୀତାକୁଣ୍ଡ ସମ୍ପର୍କରେ ଅନେକ ଜନଶ୍ରୁତି ରହିଛି। ଝରଣା ପାଣି ସାତଟି କୁଣ୍ଡଦେଇ ପ୍ରବାହିତ ହେଉଥିବା ତଥା ବନବାସ ସମୟରେ ସୀତା ଏହି କୁଣ୍ଡରେ ଗାଧୋଇବା ଯୋଗୁ ଏହି ସ୍ଥାନଟିର ନାମକରଣ ସୀତାକୁଣ୍ଡ ହୋଇଥିବା ଲୋକକଥା ରହିଛି। ସେହିପରି ସୀତାକୁଣ୍ଡ ନିକଟ ପଥର ସନ୍ଦିରେ ହନୁମାନଙ୍କ ମୂର୍ର୍ତ୍ତିି ବହୁ ପୁରାତନ କାଳରୁ ପୂଜା ପାଇ ଆସୁଛି। ଏହାକୁ ଦେଖିବା ଓ ପୂଜା କରିବା ପାଇଁ ଶ୍ରଦ୍ଧାଳୁମାନେ ଆସିବା ସହିତ ପ୍ରକୃତିର ଅପରୂପ ଶୋଭାକୁ ଅତି ନିକଟରୁ ଦେଖିଥାନ୍ତି। ଜିଲା ସଦର ମହକୁମା ବାରିପଦାଠାରୁ ୨୦କି.ମି. ଓ ଶିମିଳିପାଳ ଅଭୟାରଣ୍ୟର ପିଠାବଟା ଗେଟ୍‌ର ବାମକୁ ୧କି.ମି. ଯିବା ପରେ ଏହି ସ୍ଥାନ ପଡ଼ିଥାଏ। ନଭେମ୍ବର ୧ରୁ ଜୁନ୍‌ ୧୫ପର୍ଯ୍ୟନ୍ତ ଶିମିଳିପାଳ ଖୋଲା ରହୁଥିବାରୁ ପ୍ରତିଦିନ ପର୍ଯ୍ୟଟକମାନେ ସୀତାକୁଣ୍ଡ ବୁଲି ଶିମିଳିପାଳକୁ ପ୍ରବେଶ କରିଥାନ୍ତି। ସଞ୍ଜ ନଇଁଲେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବାକୁ ଏହି କୁଣ୍ଡ ନିକଟକୁ ଆସିଥାନ୍ତି। ସେମାନଙ୍କୁ ଦେଖିବା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ସନ୍ଧ୍ୟା ହେବା ପୂର୍ବରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ପୁଣି ବାରିପଦାକୁ ଫେରିଆସନ୍ତି। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ପାରିପାର୍ଶ୍ୱିକ ଉନ୍ନତି ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଠାକାର ବିକାଶ କରାଗଲେ ଅଞ୍ଚଳବାସୀଙ୍କ ସମେତ ଜିଲାବାସୀ ବେଶ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri