ଏବେ ଓଟିଟିରେ ଉପଲବ୍ଧ ‘ସୀତା ରାମମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତା ଦୁଲକୀର ସଲମାନ, ରଶ୍ମିକା ମନ୍ଦାନା ଏବଂ ମୃଣାଳ ଠାକୁରଙ୍କ ଅଭୀନିତ ଫିଲ୍ମ‘ସୀତା ରାମମ୍‌’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ତେବେ ଏହି ଫିଲ୍ମଟିକୁ ଦେଖିବାକୁ ଆଉ ଫିଲ୍ମ ହଲ୍‌ ଯିବାକୁ ପଡିବନି, ଏବେ ଏହାକୁ ଓଟିଟି ପ୍ଲାର୍ଟଫର୍ମରେ ମଧ୍ୟ ଦେଖିପାରିବେ। ଆମାଜନ ପ୍ରାଇମ ଭିଡିଓରେ ଶୁକ୍ରବାର ‘ସୀତା ରାମମ୍‌’ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଫିଲ୍ମଟି ହିନ୍ଦୀ,ମାଲାୟାଲମ, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ହେବ। କହିବାକୁ ଗଲେ ଫିଲ୍ମରେ ଲଭ୍‌ ଷ୍ଟୋରୀ ସାଙ୍ଗକୁ ଡ୍ରାମା, ଆକ୍ସନ ମଧ୍ୟ ରହିଛି। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।

Share