ଯଦୁପୁରରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨ା୧୨: ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌ (ଏସ୍‌ଆଇଟି) ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ସେ ନୟାଗଡ଼ ସର୍କିଟ ହାଉସ୍‌ରେ ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ, ସଦର ଥାନା ଆଇଆଇସି ଓ ତଦନ୍ତକାରୀ ଅଫିସରଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚୁରା କରିଥିଲେ। ପରେ ୫ ଜଣିଆ ଟିମ୍‌ ନୟାଗଡ଼ ପୋଲିସକୁ ସାଙ୍ଗରେ ନେଇ ପରୀର ଗଁା ଯଦୁପୁରରେ ପହଞ୍ଚତ୍ଥିଲେ। ପରୀର ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ କୂଳରେ ପହଞ୍ଚତ୍ ଅନୁଧ୍ୟାନ କରିବା ସହ ଝିଅ ଅପହରଣ ଓ ମୃତଦେହ ଜବତ ସମ୍ପର୍କରେ ବାପାଙ୍କୁ ପଚାରି ବୁଝିଥିଲେ। ପରେ ପରୀର ଘରକୁ ଯାଇ ଆଲୋଚନା କରିଥିଲେ। ତଦନ୍ତ ସମ୍ପର୍କରେ ଟିମ୍‌ ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଣମାଧ୍ୟମକୁ କହିଥିଲେ, ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁ ରହିଛି। ସମୟ ଆସିଲେ ତଥ୍ୟ ଦିଆଯିବ। ଏବେ କିଛି କହିବା ଠିକ୍‌ ହେବ ନାହିଁ। ନ୍ୟାୟିକ ତତ୍ତ୍ୱାଧାନରେ ମାମଲାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ ଗତ ଜୁଲାଇ ୧୪ରେ ନୟାଗଡ ସଦର ଥାନା ଯଦୁପୁରର ଅମ୍ରିତା ସ୍ନେହା ସାହୁ ଓରଫ ପରୀ (୫) ନାମକ ଶିଶୁକନ୍ୟା ନିଖୋଜ ହୋଇଥିଲେ। ଦଶମ ଦିବସ ଜୁଲାଇ୨୩ରେ ତା’ର ଗଳିତ ମୃତଦେହ ମିଳିଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ବସିରହିବାରୁ ପରୀର ମା’ବାପା ନଭେମ୍ବର ୨୪ରେ ବିଧାନସଭା ସମ୍ମୁଖରେ ଆମତ୍ାହୁତି ଉଦ୍ୟମ କରିଥିଲେ। କିଛିଦିନ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଏବେ ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି। ଟିମ୍‌ ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗତ ରବିବାର ନୟାଗଡ଼ ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ, ସଦର ଥାନା ଆଇଆଇସି ଓ ତଦନ୍ତକାରୀ ଅଫିସରଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ଭୁବନେଶ୍ୱରରେ ପଚରାଉଚୁରା କରିଥିଲେ।