Categories: ଜାତୀୟ

ଲଖିମପୁର ଖେରି ହିଂସା ଘଟଣାର ସିନ୍ ରିକ୍ରିଏଶନ

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ଗୁରୁବାର ଏସ୍‌ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି । ଗୁରୁବାର ଏହି ଟିମ୍ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା, ଅଙ୍କିତ ଦାସ ପ୍ରମୁଖଙ୍କୁ ନେଇ ପହଞ୍ଚିଛି ଏସ୍‌ଆଇଟି ଟିମ୍ । ସେଠାରେ ଘଟଣାର ସିନ୍ ରିକ୍ରିଏଟ କରାଯାଇଛି । ସିନ୍ ରିକ୍ରିଏଟ କରି ଏସଆଇଟି ଘଟଣା ସହ ଜଡିତ ସମସ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରିଛି । ସିନ୍ ରିକ୍ରିଏଟ ପୂର୍ବରୁ ଏହି ଘଟଣାକୁ ନେଇ ଏସ୍‌ଆଇଟି ଟିମ୍ ଅଭିଯୁକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରିଛି । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଚାଷୀଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଏମାନଙ୍କ ଉପରେ ଗାଡି ମଡାଇ ଦେବାରୁ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୀତି ହୋଇଛି ସରଗରମ ।

Share