ଗ୍ରହୀତାଙ୍କ ଦୁଆରେ ବସି ଋଣ ଆଦାୟ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୧: ଋଣ ଦେୟ ଅସୁଲି ସାମ୍ପ୍ରତିକ ସମୟରେ ବ୍ୟାଙ୍କଗୁଡିକର ମୁଣ୍ଡ ବିନ୍ଧା ହୋଇଛି। ଗ୍ରହୀତା ବ୍ୟାଙ୍କରୁ ଋଣ ନେବା ପରେ ଶୁଝିବାକୁ ଭୁଲି ଯାଉଛନ୍ତି। ଫଳରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ତେବେ ଏହି ଧାରା ଆଗକୁ ବଢ଼ିବ ନାହିଁ। ପ୍ରତ୍ୟେକ ଋଣ ଗ୍ରହୀତା ବ୍ୟାଙ୍କ ଋଣ ଶୁଛିବା ପାଇଁ ତପତ୍ର ହେବେ। ଏଥିପାଇଁ ଗ୍ରହୀତାଙ୍କ ଘର ଦୁଆର ମୁହଁରେ କର୍ମଚାରୀ ଦୀର୍ଘ ସମୟ ବସିଥିଲେ ବୋଲି କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସିଇଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି। ସକାଳ ପ୍ରାୟ ୧୦ଟା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଜଣେ ଋଣ ଗ୍ରହୀତାଙ୍କ ଘର ନିକଟରେ ବ୍ୟାଙ୍କର ପୁରୁଣା ବସ୍‌ଷ୍ଟାଣ୍ଡ ଶାଖାର କର୍ମଚାରୀ କୁନ ଚନ୍ଦ୍ରବେହେରା, ପ୍ରଭାତ ମହାପାତ୍ର, କବିତା ନାୟକ, ସରୋଜକାନ୍ତ ମଲ୍ଲିକ ଓ ସୌମ୍ୟରଞ୍ଜନ ସ୍ବାଇଁ ପହଞ୍ଚତ୍ ଥିଲେ। ଗ୍ରହୀତାଙ୍କୁ ଡାକି ଋଣ ଦେୟ ଅସୁଲି ପାଇଁ ନିବେଦନ କରିଥିଲେ। ତେବେ ସମ୍ପୃକ୍ତ ଋଣ ଗ୍ରହୀତା ଟଙ୍କା ନ ଥିବା ଆଳ ଦେଖାଇ କର୍ମଚାରୀଙ୍କୁ ଫେରି ଯିବାକୁ କହିଥିଲେ। ମାତ୍ର କର୍ମଚାରୀମାନେ ଘର ଦୁଆର ମୁହଁରେ ବସି ରହିବାରୁ ଦେୟ ଅର୍ଥରୁ ୧୫ ହଜାର ଟଙ୍କା ପ୍ରଦାନ ସହ ସମସ୍ତ ବକେୟା ଦେୟ ଖୁବ୍‌ଶୀଘ୍ର ଦେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ସିଇଓ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କୁ ଦେୟ ଅର୍ଥ ପ୍ରଦାନ ପାଇଁ ବିଭିନ୍ନ ସମୟରେ ନୋଟିସ ପ୍ରଦାନ କରାଯାଉଛି। ବାଧ୍ୟ ହୋଇ ଏପରି ପନ୍ଥା ଆପଣେଇବାକୁ ପଡିଛି ବୋଲି ସେ କହିଥିଲେ।