କେବଳ ଏହି କାରଣ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟ ଦତ୍ତଙ୍କୁ ଚେତାବନୀ ଦେଇଥିଲେ ଭଉଣୀ

ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରଶଂସା ପାଆନ୍ତି । ତାଙ୍କ ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥାଏ। ସେ ବର୍ତ୍ତମାନ ମାନ୍ୟତା ଦତ୍ତଙ୍କୁ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡା ଜାଇଥିଲା। ବେଳେ ବେଳେ ପାଗଳ ହୋଇ ସେ କାହା ପ୍ରେମରେ ପଡିଥିଲେ ତ କେତେବେଳେ ତାଙ୍କୁ ଅନ୍ୟ ନାୟିକାଙ୍କ ହାତ ଧରିଥିବା ଦେଖିବାକୁ ମିଳୁଥିଲା। ମାଧୁରୀ ଦୀକ୍ଷିତଙ୍କ ସହ ତାଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ତାଙ୍କ ବାୟୋପିକ ସଞ୍ଜୁରେ କୁହାଯାଇଥିଲା ଯେ, ତାଙ୍କର ୩୦୮ ଗର୍ଲଫ୍ରେଣ୍ଡ ଅଛନ୍ତି, ସଞ୍ଜୟଙ୍କ ଏହି ପ୍ରକୃତି ହେତୁ ତାଙ୍କ ଭଉଣୀମାନେ ତାଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ପ୍ରବେଶ କରିବାକୁ ଯାଉଥିଲେ। ଏକ ସାକ୍ଷାତକାରରେ ଅଭିନେତା ନିଜେ ଏହା କହିଛନ୍ତି।

ସଞ୍ଜୟ ଏବଂ ଐଶ୍ୱର୍ଯ୍ୟା ଭଲ ବନ୍ଧୁ। ପ୍ରାୟତଃ ଉଭୟ କିଛି କାର୍ଯ୍ୟ ଏବଂ ପାର୍ଟିରେ ପରସ୍ପରର ଘରକୁ ଯା-ଆସ କରନ୍ତି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ସଞ୍ଜୟ ଦତ୍ତଙ୍କ ଭଉଣୀମାନେ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ଘନିଷ୍ଠତା ବୃଦ୍ଧି ନ କରିବାକୁ ଚେତାବନୀ ଦେଇଥିଲେ।
ସେତେବେଳେ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ରରେ ଡେବ୍ୟୁ କରି ନ ଥିଲେ ଏବଂ ସେ ମଡେଲିଂ କରୁଥିଲେ। ସେହି ସମୟ ମଧ୍ୟରେ ସଞ୍ଜୟ ଏକ ପତ୍ରିକା କଭର ପେଜ୍‌ ପାଇଁ ଐଶ୍ୱର୍ଯ୍ୟାଙ୍କ ସହିତ ଫଟୋ ଶୁଟ୍‌ରେ ଯାଉଥିଲେ। ଏକ ସାକ୍ଷାତକାରରେ ସଞ୍ଜୟ କହିଛନ୍ତି, ‘ମୋ ଭଉଣୀମାନେ ଐଶ୍ୱର୍ଯ୍ୟାଙ୍କୁ ବହୁତ ପସନ୍ଦ କରୁଥିଲେ। ଏପରି ପରିସ୍ଥିତିରେ, ଯେତେବେଳେ ମୁଁ ଐଶ୍ୱର୍ଯ୍ୟାଙ୍କ ସହ ଶୁଟିଂ କରିବାକୁ ଯାଇଥିଲି, ଭଉଣୀମାନେ ପୂର୍ବରୁ ଚେତାବନୀ ଦେଇଥଲେ, ସେମାନେ ମୋତେ କହିଥିଲେ ଯେ ତୁମେ ତାଙ୍କ ନମ୍ବର ଆଣିବନି କି ତାଙ୍କୁ ଫୁଲ ପଠାଇବ ନାହିଁ।

Share