ନକଲି ଡାକ୍ତର ଠକେଇ ମାମଲା: ମୁହାଁମୁହିଁ ଜେରା ହେବେ ଭଉଣୀଭାଇ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପ୍ରତାରଣା ଓ ଠକେଇ ସାମ୍ରାଜ୍ୟକୁ ଭେଦ କରିପାରୁନି କମିଶନରେଟ ପୋଲିସ। ଶୁକ୍ରବାରଠାରୁ ଦ୍ୱିତୀୟଥର ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲେ ମଧ୍ୟ ସେପରି ଅଧିକ କିଛି ତଥ୍ୟ ପାଇପାରି ନାହିଁ ପୋଲିସ। ଇତିମଧ୍ୟରେ ରବିବାର ତିନିଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି। ତାଙ୍କ ବୟାନ ଆଧାରରେ କେବଳ ପୂର୍ବରୁ ଠାବ ହୋଇଥିବା ଢେଙ୍କାନାଳ ଜିଲା କାମାକ୍ଷାନଗର ଓ କଟକ ଜିଲାର ନରସିଂହପୁରସ୍ଥିତ କ୍ଲିନିକ୍‌ ସଂକ୍ରାନ୍ତରେ ଅଧିକ ଛାନ୍‌ଭିନ୍‌ କରାଯାଇଛି। ଶନିବାର ସ୍ବତନ୍ତ୍ର ମହିଳା ତଦନ୍ତକାରୀ ଟିମ୍‌ ରମେଶଙ୍କ ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଘରେ ଥିବା କ୍ଲିନିକ ଓ ସେଠାରେ ରହିଥିବା ଭୂତଳ ଗୁପ୍ତ କୋଠାରି ସମେତ କଟକ ଜିଲା ନରସିଂହପୁରରେ ରହିଥିବା କ୍ଲିନିକରେ ଚଢ଼ାଉ କରି ଯାଞ୍ଚ କରିଥିଲା। ଏଥିସହ କର୍ମଚାରୀ ଓ ବାହାର ଲୋକଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଥିଲା। ତେବେ ଠକେଇ ଟଙ୍କାର ସିଂହ ଭାଗ କଟକ ଖୁଣ୍ଟୁଣିସ୍ଥିତ ଫାର୍ମ ହାଉସ୍‌ରେ ରମେଶ ଖର୍ଚ୍ଚ କରିଥିବା ପଚରାଉଚରାବେଳେ ସେ ପୋଲିସକୁ କହିଛନ୍ତି। ତାଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଏହାକୁ ସହଜରେ ବିଶ୍ୱାସ କରିପାରୁନି। ରବିବାର ତାଙ୍କର ୩ଦିନିଆ ରିମାଣ୍ଡ ସରିଛି। ସେ ଜଣେ ପେସାଦାର ଠକ ଓ ପ୍ରତାରକ ହୋଇଥିବାରୁ ବର୍ଷ ବର୍ଷ ଧରି ଲୋକଙ୍କଠାରୁ ଠକେଇ କରି ଆଣିଥିବା କୋଟି କୋଟି ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ତାହାର ସଂପୂର୍ଣ୍ଣ ତଥ୍ୟ ହାସଲ ଲାଗି ପୁଣିଥରେ ୫ ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା ରଖିଛି। ତେବେ ଆଗକୁ ରମେଶଙ୍କ ସହ ଏହି ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିବା ଭଉଣୀ ରଶ୍ମିତାଙ୍କୁ ମଧ୍ୟ ରିମାଣ୍ଡରେ ଆଣି ସାମ୍ନାସାମ୍ନି ଜେରା କରି ଅଧିକ ତଥ୍ୟ ହାସଲ କରାଯିବ। ଏଥିସହ ରମେଶଙ୍କ ନାଁରେ ରାଜ୍ୟ ବାହାରେ କେଉଁସବୁ ବ୍ୟାଙ୍କ୍‌ରେ ଆକାଉଣ୍ଟ ରହିଛି, ସେଥିରେ କେତେ ଟଙ୍କା ରହିଛି ଓ ପୂରା ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପାଇବା ପାଇଁ ରିର୍ଜଭ ବ୍ୟାଙ୍କକୁ ଅନୁରୋଧ କରାଯାଇଛି ବୋଲି ତଦନ୍ତକାରୀ ଟିମ୍‌ର ମୁଖ୍ୟ ଏସିପି ସଞ୍ଜୀବ ଶତପଥୀ ରବିବାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରମେଶ ନିଜକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରେ ସେମାନଙ୍କଠାରୁ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ଏଥିରେ ତାଙ୍କୁ ଭଉଣୀ ରଶ୍ମିତା ଓ ଭିଣୋଇ ଗଣେଶ୍ୱର ବେହୁରା ସହଯୋଗ କରୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା। ସେ ବିଭିନ୍ନ ରାଜ୍ୟର ୧୪ଜଣଙ୍କୁ ଏପରି ଫସାଇ ବିବାହ କରିବା ସହ ଟଙ୍କା ଓ ସମ୍ପତ୍ତି ଲୁଟିଥିବା ଜଣାପଡିଥିଲା। ଏଥିସହ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଗତ ମଙ୍ଗଳବାର ପୋଲିସ କେନ୍ଦ୍ରାପଡ଼ା ଜିଲା ଈଶ୍ୱରପୁରରେ ଚଢ଼ାଉ କରି ଭଉଣୀ ରଶ୍ମିତାଙ୍କୁ ଗିରଫ କରିଥିବାବେଳେ ଭିଣୋଇ ଗଣେଶ୍ୱର ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri