ସ୍ଲାବ୍‌ ତଳେ ଭାଇକୁ ସୁରକ୍ଷା ଦେଇଥିଲା ଭଉଣୀ

ଦାମସ୍କସ୍‌, ୯।୨: ଭୂକମ୍ପରେ ପ୍ରଭାବିତ ସିରିଆରେ ସ୍ଲାବ୍‌ ତଳେ ଫସି ରହିଥିବା ଭଉଣୀ ଭାଇଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ସାନ ଭାଇକୁ ରକ୍ଷା କରିବା ଲାଗି ତା’ ମୁଣ୍ଡ ଉପରେ ଭଉଣୀ ନିଜ ହାତକୁ ରଖିଛି। ଭିଡିଓରେ ଦେଖାଯାଉଥିବା ଝିଅର ନାଁ ମରିଅମ ବୋଲି ଜଣାପଡ଼ିଛି।

ପାଖାପାଖି ୩୦ ଘଣ୍ଟାଧରି ସିରିଆର ନର୍ଦ୍ଦର୍ନ ଅଞ୍ଚଳରେ ସ୍ଲାବ୍‌ ତଳେ ଏହି ଦୁଇ ଶିଶୁ ଫସି ରହିଥିବା କୁହାଯାଉଛି। ରେସ୍କ୍ୟୁଟିମ୍‌ ପକ୍ଷରୁ ଉଦ୍ଧାର ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share