Categories: ଜାତୀୟ

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ବିରୋଧରେ ଲଢିପାରନ୍ତି ଭଉଣୀ ନୈନା

ଅହମ୍ମଦାବାଦ,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏଥର ଗୁଜରାଟର ଜାମନଗର ଆସନକୁ ନେଇ ଅନେକ ଚର୍ଚ୍ଚାରେ ରହିଛି। ଜାମନଗରରୁ ଭାଜପା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଜାଡେଜାଙ୍କୁ ପ୍ରାର୍ଥୀ କରିଛି। ଏବେ କଳ୍ପନାଜଳ୍ପନା ହେଉଛି ଯେ, କଂଗ୍ରେସ ରବିନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଜାଡେଜାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିପାରିବ। କାରଣ ନୈନା ମଧ୍ୟ ଜାମନଗର କଂଗ୍ରେସ ମହିଳା ମୋର୍ଚ୍ଚାର ସଭାପତି ଅଛନ୍ତି।
ଜାମନଗର ଉତ୍ତରର ଏହି ଆସନ ଭାଜପା ଦଖଲରେ ରହିଛି ଏବଂ ଧର୍ମେନ୍ଦ୍ର ସିଂ ଜାଡେଜା ଏଠାରୁ ବିଧାୟକ ଅଛନ୍ତି। ଏହାପୂର୍ବରୁ ସେ ୨୦୧୨ରେ କଂଗ୍ରେସ ଟିକେଟରେ ଜିତିଥିଲେ। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ ଏବଂ ୨୦୧୭ରେ ମଧ୍ୟ ଏହି ଆସନ ଜିତିଥିଲେ। ଯଦି କଂଗ୍ରେସ ନୈନାଙ୍କୁ ଏଠାରୁ ପ୍ରାର୍ଥୀ କରିବ ତେବେ ଏଥର ପ୍ରତିଯୋଗିତା ଅଧିକ ଆକର୍ଷଣୀୟ ହେବ।
ଏବେ ପ୍ରଶ୍ନ ଉଠୁଛି ଯଦି ଭଉଣୀ ଏବଂ ସ୍ତ୍ରୀ ସମାନ ଆସନରୁ ନିର୍ବାଚନ ଲଢନ୍ତି, ତେବେ ରବିନ୍ଦ୍ର ଜାଡେଜା କାହା ସହିତ ସମର୍ଥନ କରିବେ। ଜାଡେଜାଙ୍କ ମା’ଙ୍କ ମୃତ୍ୟୁ ଭଉଣୀ ନୈନା ପୁରା ଘରର ଦାୟିତ୍ୱ ଗ୍ରହଣ କଲେ। ଏପରିକି ଜାଡେଜାଙ୍କୁ କ୍ରିକେଟ ଦୁନିଆକୁ ଆଣିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ।

Share