Posted inଫୁରସତ

୭୦ ଫୁଟ ଉଚ୍ଚରେ ଦୋଳିରେ ଝୁଲୁଛନ୍ତି ଭଉଣୀ-ଭାଇ

କିଛି ଲୋକ ସବୁବେଳେ ଆଶ୍ଚର୍ଯ୍ୟଜନକ କାମ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇପଡ଼ନ୍ତି। ଏବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଦେଖିଲେ ଆଖିରେ ପଲକ ପଡ଼ିବନି।

ଅଷ୍ଟ୍ରେଲୀୟ ଭଉଣୀ-ଭାଇ ୭୦ ଫୁଟ ଉଚ୍ଚରେ ଏକ ଦୋଳିରେ ବସି ଝୁଲୁଥିବାର ଦେଖିବାକୁ ମିଳିଛି।
ଭାଇ ୨୩ ବର୍ଷୀୟ ସାମ ସିମନ୍ସ ଏବଂ ୧୯ ବର୍ଷୀୟା ଭଉଣୀ ଆରିନା ସିମନ୍ସ ଦୁଃସାହସିକ କାମ କରିବାକୁ ବହୁତ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏପରି ଅନେକ ଫଟୋ ସେମାନେ ଶେୟାର କରିଥାନ୍ତି।

ଏବେ ଉଭୟେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ସାମ୍‌ ଏବଂ ଆରିନା ସାଉଥ ଓ୍ବେଲ୍ସରେ ଛୁଟିଦନ ପାଳନ କରୁଛନ୍ତି। ୭୦ ଫୁଟ ଉଚ୍ଚରେ ଦୁଇଟି ପାହାଡ଼ ମଧ୍ୟରେ ଝୁଲୁଥିବାର ଦେଖିବାକୁ ମିଳିଛି। ଭଉଣୀ ଭାଇ ରାତିସାରା ଏମିତି ଦୋଳିରେ ଝୁଲିଥିଲେ।

ଏକ ସାକ୍ଷାତକାରରେ ସାମ କହିଛନ୍ତି, ସେ ଦୀର୍ଘବର୍ଷ ଧରି ଏମିତି ରହଣି ବିଷୟରେ କଳ୍ପନା କରୁଥିଲେ। କିନ୍ତୁ ସେ ସଠିକ୍‌ ଠିକଣା ପାଇ ନ ଥିଲେ। ଯେତେବେଳେ ସେ ଏହା ପାଇଲେ, ତୁରନ୍ତ ନିଜ ସ୍ବପ୍ନକୁ ପୂରଣ କଲେ।

ଉଭୟ ଆରିନା ଏବଂ ସାମ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ରାତିର ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି। ଲୋକମାନେ ତାଙ୍କୁ ଦେଖିବା ପରେ ପ୍ରଶଂସା କରିଛନ୍ତି କିନ୍ତୁ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ସେମାନେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରିଥିଲେ। ସେମାନେ କୁହନ୍ତି, ୨୦ ମିଟର ଉଚ୍ଚରେ ଥିବା ଏକ ଖାଲର ଶିଖରରେ ଥିଲେ। ଯଦିଓ ସେ ଖସି ପଡ଼ିଥାନ୍ତେ, ତେବେ ସେ ପ୍ରଥମେ ପାହାଡ଼ ଉପରୁ ଡେଇଁଥାନ୍ତେ ଏବଂ ତା’ପରେ ଶିଖର ଶିଖରରେ ପହଞ୍ଚିଥାନ୍ତେ। ସେ ତଳେ ଜାଲ ବିଛାଇଥିଲେ। ତେଣୁ ତଳେ ପଡ଼ିବାର ସମ୍ଭାବନା ନ ଥିଲା। ଏହା ଦେଖି ଅନେକ ୟୁଜର କହିଛନ୍ତି, ଆଶ୍ଚର୍ଯ୍ୟଜନକ। ଯାହା ବି ହେଉ ହୃଦୟକୁ ଛୁଇଁଗଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri