Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ଲୁକ ଆଉଟ ସର୍କୁଲାର୍‌ ନୋଟିସ ଜାରି କରିଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସିବିଆଇ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର୍‌ ଜାରି ହୋଇଛି। ସମସ୍ତଙ୍କୁ ଦେଶ ଛାଡିବାକୁ ମନା କରାଯାଇଛି।

ସିବିଆଇ ଚଢ଼ାଉ ବିଷୟରେ ସିସୋଦିଆ ଟୁଇଟରରେ ଏକ ୧ ମିନିଟ ୩୪ ସେକେଣ୍ଡର ଭିଡିଓ ଶେୟାର କରିବା ସହିତ ଟୁଇଟ୍‌ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଭିଡ଼ିଓରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିବୃତ୍ତି ଶୁଣିବା ଜରୁରୀ। ଏଥିରୁ ସତ୍ୟ ଜଇା ପଡୁଛି ବୋଲି ସେ କହିଛନ୍ତି। ଏହା ସହିତ ସିସୋଦିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚଢ଼ାଉ ଜୋରଦାର କରାଯାଇଛି। ମାତ୍ର କିଛି ମିଳିଲା ନାହିଁ। ଏକ ପଇସାର ହେରଫେର ହୋଇନାହିଁ। ବର୍ତ୍ତମାନ ଏକ ଲୁକ ଆଉଟ ନୋଟିସ ଜାରି କରାଯାଇଛି।

ଏହା ସହିତ ସେ ପ୍ରଧାନନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏଭଳି ନାଟକ କାହିଁକି ହେଉଛି। ମୁଁ ଦିଲ୍ଲୀରେ ମୁକ୍ତ ଭାବରେ ବୁଲୁଛି, ମୋତେ କୁହ କେଉଁଠିକୁ ଆସିବି? ମୁଁ ସେଠାକୁ ଯିବି। ମତେ କ’ଣ ଖୋଜି ପାଇପାରୁ ନାହିଁ? ବୋଲି ସିସୋଦିଆ ପ୍ରଶ୍ନ କରିଛନ୍ତି।

Share