ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବା ପରେ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ବସିଥିଲେ।
ସାରେ ଘର ଭିତରେ ସେ ତାଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, କୃଷ୍ଣଚନ୍ଦ୍ର ସେଠୀ ବୈପାରିଗୁଡାରେ ପୋଲିସ ଏସ୍‌ଆଇ ଭାବେ କାମ କରୁଛନ୍ତି। ତାଙ୍କ ସ୍ତ୍ରୀ ରିତାରଣୀ ସେଠୀ ଓ ପୁଅ ଦେବାଶିଷ -ଝିଅ ସୁଚିସ୍ମିତା ରହୁଛନ୍ତି। ଝିଅ ଭୁବନେଶ୍ୱରରେ ଓୟୁଟି ପଢୁଛନ୍ତି। ପୁଅ ଦେବାଶିଷ ଏକ ଘରୋଇ କଲେଜରେ ଯୁକ୍ତଦୁଇ ଶ୍ରେଣୀ(ବିଜ୍ଞାନ)ରେ ପାଠ ପୁଛନ୍ତି। ଯୁକ୍ତଦୁଇ ପରୀକ୍ଷା ପାଇଁ ଖଲ୍ଲିକୋଟ କଲେଜରେ ତାଙ୍କର ପରୀକ୍ଷାକେନ୍ଦ୍ର ହୋଇଛି। ଗୁରୁବାର ପଦାର୍ଥବିଜ୍ଞାନ ପରୀକ୍ଷା ଥିଲା। ସେ ପରୀକ୍ଷାରେ କପି କରୁଥିବା ବେଳେ ସ୍କ୍ବାଡ୍‌ ହାତରେ ଧରାପଡ଼ିଥିଲେ ଏହି ଘଟଣା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ।