କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଜୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତର ସିର୍ଲିଗୁଡ଼ାଠାରୁ ତେଣ୍ଡାପାଳି ରାସ୍ତା ଶୋଚନୀୟ ହୋଇପଡିଛି। ଖାଲଖମାପୂର୍ଣ୍ଣ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନ ଆଗରେ ଗୁହାରି କରୁଥିଲେ ମଧ୍ୟ ସୁଫଳ ମିଳୁ ନାହିଁ।
କୋକସରା ବ୍ଲକ୍ ସଦର ମହକୁମା ଓ ଧର୍ମଗଡ଼ ସବ୍ଡିଭିଜନର ବିଭିନ୍ନ କାର୍ଯ୍ୟାଳୟ, ମେଡିକାଲ ଓ ସ୍କୁଲ କଲେଜ ଯିବା ପାଇଁ ଛାତ୍ରୀଛାତ୍ର ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ କୋକସରା ବ୍ଲକ୍ ଉପାଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ।
ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ କହିବା ମୁତାବକ, ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତାବ ଦେଇ ସାରିଛୁ। ଅନୁଦାନ ଆସିଛି, ଟେଣ୍ଡର ପ୍ରୋସେସ୍ରେ ଅଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ବିଭାଗ ସହ କଥାବାର୍ତ୍ତା ହୋଇ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଆଗକୁ ବର୍ଷାଋତୁ ଆସୁଥିବାରୁ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଶ୍ୟାମସୁନ୍ଦର ନାଏକ, ଲକ୍ଷ୍ମୀଧର ଧରୁଆ, ଭଲଭଦ୍ର ପୂଜାରୀ, ତରୁଣ ମାଝୀ, ଲୋକନାଥ ଭଏଁସାଲ, କର୍ଣ୍ଣଧର ଦୁର୍ଗା, ସୁଗ୍ରୀ ବାଗ, ଘନ ବାଗ, ଦେବାନନ୍ଦ ମାଝୀ, ଡମ୍ବରୁଧର ଧରୁଆ, ଥବୀର ବିଶି ପ୍ରମୁଖ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।


