ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ପଡ଼ିଯାଇଛନ୍ତି। ସିରାଥୁରେ କେଶବ ପ୍ରସାଦ ୬ହଜାର ଭୋଟ ପଛରେ ଥିବା ଜଣାପଡ଼ିଛି। ଏହାକୁ ନେଇ ଭାଜପା କର୍ମକର୍ତ୍ତା ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗରେ ଗଣନାକୁ ବନ୍ଦ କରିଦେଇଛନ୍ତି। ଗଣନା ହେଉଥିବା ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଭାଜପା ଏଜେଣ୍ଟ ପୁନଃ ମତଗଣନା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଏସ୍‌ପି ପ୍ରାର୍ଥୀ ପଲ୍ଲବୀ ପଟେଲ ମତଗଣନା ସ୍ଥାନକୁ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ସିରାଥୁ ବିଧାନସଭାରେ ୨୯ଟି ପର୍ଯ୍ୟାୟ ମତଗଣନା ଶେଷ ହୋଇଛି। ଯେଉଁଥିରେ ଏସ୍‌ପିର ପଲ୍ଲବୀ ପଟେଲ ୬୩୯୭ ଖଣ୍ଡ ଭୋଟର ଆଗରେ ରହିଛନ୍ତି। ପଲ୍ଲବୀଙ୍କୁ ୯୮୭୬୩ଭୋଟ ମିଳିଛି। ଅନ୍ୟପଟେ ଭାଜପା ପ୍ରାର୍ଥୀ କେଶବ ପ୍ରସାଦ ୯୨୩୬୬ ଭୋଟ ହାତେଇଛନ୍ତି। ଦୁହିଁଙ୍କ ମଧ୍ୟରେ କଡ୍ଡା ଟକର ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri