ଆଇପିଏଲ୍‌ ପୂର୍ବରୁ ଜୀବନର ଲକ୍ଷ୍ୟକୁ ନେଇ ଏଭଳି କହିଲେ ଏହି ଯୁବ ଭାରତୀୟ ବୋଲର୍‌; ସଫଳତାର ଶ୍ରେୟ ଦେଇ…

ନୂଆଦିଲ୍ଲୀ,୮।୪: ଭାରତର ଉଦୀୟମାନ କ୍ରିକେଟ ତାରକାଙ୍କ ମଧ୍ୟରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ୟତମ। ୨୭ ବର୍ଷୀୟ ଏହି କ୍ରିକେଟର ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଛୋଟ ଫର୍ମାଟରେ ଖେଳ ଆରମ୍ଭ କରିଥିଲେ। ଏଯାବତ ସେ ଭାରତ ପକ୍ଷରୁ ୫ ଟେଷ୍ଟ, ଗୋଟିଏ ଦିନିକିଆ ଏବଂ ୩ ଟି୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲା ଖେଳି ସାରିଛନ୍ତି। ତେବେ ସିରାଜ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍‌ସିବି) ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଏହା ପୂର୍ବରୁ ପ୍ରତିକ୍ରିୟା ରଖି ସେ ନିଜର ସ୍ବପ୍ନ ବିଷୟରେ କହିଛନ୍ତି।

ଆରସିବି ପକ୍ଷରୁ ଆଧିକାରୀକ ଟୁଇଟ୍‌ର ହ୍ୟାଣ୍ଡେଲରେ ଶେୟାର କରାଯାଇଥିବା ଭିଡିଓରେ ସିରାଜ କହିଛନ୍ତି, ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ଖେଳିବାକୁ ଚାହୁଁଛନ୍ତି। ସେ ନିଜର ସଫଳତାର ଶ୍ରେୟ ସାଥୀ ଖେଳାଳି ଜସପ୍ରିତ ବୁମ୍‌ରା ଏବଂ ଈଶାନ୍ତ ଶର୍ମାଙ୍କୁ ଦେବାକୁ ଚାହାନ୍ତି। କାରଣ ଯେତେବେଳେ ସେ ବୋଲିଂ କରୁଥିଲେ ବୁମ୍‌ରା ପଛରେ ରହୁଥିଲେ। ନିଜ ବୋଲିଂକୁ କିଭଳି ପ୍ରଭାବଶାଳୀ କରାଯାଇପାରିବ ସେ ନେଇ ସେ କହୁଥିଲେ। ତାଙ୍କ ଭଳି ଜଣେ ଅନୁଭବୀ ଖେଳାଳିଙ୍କଠାରୁ ଶିଖିବା ଭଲ। ଈଶାନ୍ତଙ୍କ ସହ ବି ଖେଳିଛି। ସେ ୧୦୦ ଟେଷ୍ଟରେ ଖେଳିଛନ୍ତି। ଡ୍ରେସିଂ ରୁମ୍‌ରେ ତାଙ୍କ ସହ ସମୟ ବିତାଇବା ବେଳେ ବହୁତ କିଛି ଶିଖିଛି। ମୋଟାମୋଟି କହିଲେ ଭାରତ ପକ୍ଷରୁ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ହେବାକୁ ଚାହୁଁଛି। ଏଥିପାଇଁ ଯେତିକି ବି ସୁଯୋଗ ମିଳେ ତାର ଭରପୂର ଫାଇଦା ଉଠାଇବି ବୋଲି ସେ କହିଛନ୍ତି।

Share