Categories: ଖେଳ

ଇତିହାସ ରଚିଲେ ସିରାଜ୍‌

କଲମ୍ବୋ,୧୭।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚରେ ଦ୍ୱିତୀୟ ଓଭରରେ ୪ଟି ଉଇକେଟ ନେଇ ସିରାଜ ଏକଦିବସୀୟ କ୍ରିକେଟରେ ୫୦ ଉଇକେଟ ପୂରଣ କରିଛନ୍ତି। ଏହା ସହ ସିରାଜ ବର୍ତ୍ତମାନ ଭାରତର ପ୍ରଥମ ଖେଳାଳି ତଥା ବିଶ୍ୱ କ୍ରିକେଟର ଦ୍ୱିତୀୟ ଦ୍ରୁତତମ ବୋଲର ଭାବେ ୫୦ ଉଇକେଟ୍‌ ପୂରଣ କରିଛନ୍ତି।
ଦିନିକିଆ ଫର୍ମାଟରେ ନିଜର ୫୦ ଉଇକେଟ ପୂରଣ କରିବାକୁ ମହମ୍ମଦ ସିରାଜ ୧୦୦୨ ବଲ୍‌ ବୋଲିଂ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନ ବୋଲର ଅଜନ୍ତା ମେଣ୍ଡିସ ନମ୍ବର-୧ ସ୍ଥିତିରେ ରହି ୮୪୭ ବଲରେ ୫୦ଟି ଦିନିକିଆ ଉଇକେଟ ପୂରଣ କରିଥିଲେ।
ଶ୍ରୀଲଙ୍କା ବିପକ୍ଷ ଏସିଆ କପ ୨୦୨୩ର ଅନ୍ତିମ ମ୍ୟାଚରେ ମହମ୍ମଦ ସିରାଜ ବୋଲିଂ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହା ସହ ସେ ପ୍ରଥମ ଭାରତୀୟ ବୋଲର ଭାବେ ଗୋଟିଏ ଓଭରରେ ୪ ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚରେ ସିରାଜ ୭ ଓଭରରେ ମାତ୍ର ୨୧ରନ ଦେଇଥିବା ବେଳେ ୬ଟି ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଶ୍ରୀଲଙ୍କା ମାତ୍ର ୫୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା।
ଦିନିକିଆରେ ୨୦୦୨ ପରଠାରୁ ପ୍ରଥମ ଥର ପାଇଁ ମହମ୍ମଦ ସିରାଜ ପ୍ରଥମ ୧୦ ଓଭରରେ ୫ ଉଇକେଟ ନେଇଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି। ଏହାପୂର୍ବରୁ ୨୦୦୩ ମସିହାରେ ଜଭଗଲ ଶ୍ରୀନଥ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପ୍ରଥମ ୧୦ ଓଭରରେ ୪ଟି ଉଇକେଟ ନେଇଥିଲେ। ୨୦୧୩ରେ ଭୁବନେଶ୍ୱର କୁମାର ଶ୍ରୀଲଙ୍କା ବିପକ୍ଷରେ ଏବଂ ୨୦୨୨ରେ ଜସପ୍ରୀତ ବୁମରା ୪ଟି ଉଇକେଟ ନେଇଥିଲେ।

Share