Categories: ଖେଳ

ଇତିହାସ ରଚିଲେ ସିରାଜ, ଭାଙ୍ଗିଲେ ଅନେକ ରେକର୍ଡ

ବ୍ରିସବେନ୍‌,୧୮।୧: ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ଚତୁର୍ଥ ଦିନରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଇତିହାସ ସୃଷ୍ଟି କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ୭୩ ରନ ପାଇଁ ୫ ଉଇେକେଟ ନେଇଥିଲେ। ମହମ୍ମଦ ସିରାଜରେ ପ୍ରଥମ ଥର ପାଇଁ ସେ ଏକ ଇନିଂସରେ ପାଞ୍ଚ ଉଇକେଟ ନେଇଥିଲେ ଏବଂ ମହାନ ଭାରତୀୟ ଦ୍ରୁତ ବୋଲରଙ୍କ ରେକର୍ଡ ଭାଙ୍ଗିଥିଲେ। ବାସ୍ତବରେ ଅଷ୍ଟ୍ରେଲିଆରେ ଡେବ୍ୟୁ ଟେଷ୍ଟ ସିରିଜରେ ମହମ୍ମଦ ସିରାଜ ସର୍ବାଧିକ ଉଇକେଟ ନେଇଛନ୍ତି। ଟେଷ୍ଟ ସିରିଜରେ ମହମ୍ମଦ ସିରାଜ ୧୩ ଉଇକେଟ ନେଇଛନ୍ତି ଏବଂ ଏହା ପୂର୍ବରୁ ଏହି ରେକର୍ଡ ଜଭଗଲ ଶ୍ରୀନାଥଙ୍କ ନାମରେ ଥିଲା। ୧୯୯୧-୯୨ ମସିହାରେ ଶ୍ରୀନଥ ୧୦ଟି ଉଇକେଟ ନେଇଥିଲେ। ଗାବାରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବାରେ ମହମ୍ମଦ ସିରାଜ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର ଅଟନ୍ତି। ୧୯୭୭ ମସିହାରେ ମଦନ ଲାଲ ୭୨ ରନ ପାଇଁ ୫ ଉଇକେଟ ନେଇଥିଲେ। ଯଦି ସିରାଜ ୨ ରନ କମ ଦେଇଥାନ୍ତେ ତେବେ ଏହି ରେକର୍ଡ ତାଙ୍କ ନାମରେ ହୋଇଥାନ୍ତା। ଏହା ସତ୍ତ୍ୱେ ସିରାଜ ତାଙ୍କ ବୋଲିଂ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।

Share