Categories: ଖେଳ

ବ୍ୟାଟିଂ ବିପର୍ଯ୍ୟୟ: ୫୦ ରନ୍‌ରେ ଅଟକିଲା ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତର ଦ୍ରୁତ ବୋଲି ମହମ୍ମଦ ସିରାଜ କମାଲ ବୋଲିଂ କରି ଗୋଟିଏ ଓଭରରେ ୪ ଉଇକେଟ ନେଇ ଶ୍ରୀଲଙ୍କାକୁ ବ୍ୟାକ୍‌ ଫୁଟକୁ ଠେଲି ଦେଇଥିଲେ। ଏଥିରୁ ଶ୍ରୀଲଙ୍କା ବାହାରିବାରେ ସକ୍ଷମ ହୋଇ ନ ଥିଲା। ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ଉଇକେଟ ହରାଇ ୫୦ ରନ୍‌ରେ ଅଟକିଛି। ଫଳରେ ଭାରତ ଆଗରେ ୫୧ ରନ୍‌ର ବିଜୟ ଟାର୍ଗେଟ୍‌ ରଖଛି ଶ୍ରୀଲଙ୍କା।

ମହମ୍ମଦ ସିରାଜ ୭ ଓଭରରେ ୨୧ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭରରେ ୩ ରନ୍‌ ଦେଇ ୩ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜସପ୍ରୀତ ବୁମରା ଗୋଟିଏ ଉଇକେଟ ନେଇଥିଲେ। ସେ ୫ ଓଭରରେ ୨୩ ରନ ଦେଇଥିଲେ। ଶ୍ରୀଲଙ୍କା ପାଇଁ କୁସାଲ ମେଣ୍ଡିସ ସର୍ବାଧିକ ୧୭ ରନ୍‌ କରିଥିବା ବେଳେ ହେମାନଥା ୧୩ ରନ୍‌ କରିଥିଲେ। ୪ଜଣ ଖେଳାଳି ଶୁନ୍‌ରେ ଆଉଟ୍‌ ହୋଇଥିବା ବେଳେ ୪ଜଣ ଖେଳାଳି ଏକ ଅଙ୍କରେ ସୀମିତ ରହିଥିଲେ।

Share