Posted inଜାତୀୟ

ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ସୋମବାର ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ଛତିଶଗଡ଼, ଗୋଆ, ପଣ୍ଡିଚେରୀ, ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଏସ୍‌ଆଇଆର୍‌ ଅନୁଷ୍ଠିତ ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ, ପଣ୍ଡିଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସାମରେ ମଧ୍ୟ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବାବେଳେ ସେଠାରେ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ପାଇଁ ଅଲଗା ଘୋଷଣା କରାଯିବ ବୋଲି ସିଇସି କହିଛନ୍ତି।
ଦେଶ ସ୍ବାଧୀନ ହେବା ପରେ ଏହା ୯ମ ଏସ୍‌ଆଇଆର୍‌। ଏହା ପୂର୍ବରୁ ୨୦୦୨-୨୦୦୪ ମଧ୍ୟରେ ଶେଷ ଥର ପାଇଁ ଏସ୍‌ଆଇଆର୍‌ ହୋଇଥିଲା। ଖବରଦାତା ସମ୍ମିଳନୀରେ ସିଇସି କହିଛନ୍ତି, ବିହାରରେ ବିନା କୌଣସିି ଅଭିଯୋଗରେ ଏସ୍‌ଆଇଆର୍‌ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍‌ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରେ ନ ରହନ୍ତି, ତାହା ସୁନିଶ୍ଚିତ କରିବା ଏସ୍‌ଆଇଆର୍‌ର ଲକ୍ଷ୍ୟ। ଦ୍ୱିତୀୟ ପର୍ଯ୍ୟାୟରେ ୫୧ କୋଟି ଭୋଟରଙ୍କ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ହେବ। ଏଥିପାଇଁ ଗଣତି ପ୍ରକ୍ରିୟା ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୯ରେ ଚିଠା ଭୋଟର ତାଲିକା ଏବଂ ଫେବୃଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଏସ୍‌ଆଇଆର୍‌ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପ୍ରସ୍ତୁତି ପାଇଁ ନିର୍ବାଚନ କମିଶନ ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ସହ ୨ଟି ସମ୍ମିଳନୀର ଆୟୋଜନ କରିଥିଲେ। ଅନେକ ସିଇଓ ସେମାନଙ୍କ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ପରର ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଦିଲ୍ଲୀ ସିଇଓ ୨୦୦୮ରେ ହୋଇଥିବା ଶେଷ ଏସ୍‌ଆଇଆର୍‌ ପରବର୍ତ୍ତୀ ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ଛାଡ଼ିଛନ୍ତି। ବିଭିନ୍ନ ରାଜ୍ୟର ଶେଷ ଏସ୍‌ଆଇଆର୍‌ ବର୍ଷକୁ କଟ୍‌-ଅଫ୍‌ ତାରିଖ ଭାବେ ଧରାଯିବ, ଯେପରି ବିହାର ପାଇଁ ୨୦୦୩ ଭୋଟର ତାଲିକାକୁ ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବ୍ୟବହାର କରାଯାଇଥିଲା। ଅଧିକାଂଶ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ୨୦୦୨ରୁ ୨୦୦୪ ମଧ୍ୟରେ ହୋଇଥିଲା। ଏସ୍‌ଆଇଆର୍‌ର ପ୍ରଥମ ଲକ୍ଷ୍ୟ ହେଲା ଲୋକଙ୍କ ଜନ୍ମସ୍ଥାନ ଯାଞ୍ଚ କରି ବିଦେଶୀ ବେଆଇନ ଆପ୍ରବାସୀମାନଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା। ବାଂଲାଦେଶ ଏବଂ ମ୍ୟାନ୍‌ମାର ଆଦି ଦେଶରୁ ବେଆଇନ ଭାବେ ଆସି ବିଭିନ୍ନ ରାଜ୍ୟରେ ରହିଯାଇଥିବାରୁ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri