Posted inଖେଳ

ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି

ସିଡ୍‌ନୀ, ୩ା୧୨ (ପି.ଟି.): ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍‌ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ କହିଛି, ବ୍ରାଡ୍‌ମ୍ୟାନ ତାଙ୍କର ଏହି ଟୋପିକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୭-୪୮ରେ ଭାରତର ଅଷ୍ଟ୍ରେଲିଆ ଟୁର୍‌ ସମୟରେ ପିନ୍ଧିଥିଲେ। ଘରୋଇ ମାଟିରେ ଏହା ଥିଲା ତାଙ୍କର ଶେଷ ଟେଷ୍ଟ ସିରିଜ। ବ୍ରାଡମ୍ୟାନଙ୍କୁ କ୍ରିକେଟର ଶ୍ରେଷ୍ଠ ବ୍ୟାଟର ବୋଲି କୁହାଯାଇଥାଏ। ଭାରତ ବିପକ୍ଷ ସିରିଜରେ ସେ ୧୭୮.୭୫ ଆଭରେଜରେ ୬ଟି ଇନିଂସରେ ୭୧୫ ରନ ସଂଗ୍ରହ କରିଥିଲେ। ତରେ ତାଙ୍କର ତିନୋଟି ଶତକ ଏବଂ ଗୋଟିଏ ଦ୍ୱିଶତକ ରହିଥିଲା। ଅଷ୍ଟ୍ରେଲିଆ ଏହି ସିରିଜ ୪-୦ରେ ବିଜୟୀ ହୋଇଥିଲା। ବ୍ରାଡମ୍ୟାନଙ୍କର ୨୦୦୧ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଟେଷ୍ଟ ଇନିଂସ ପିଛା ତାଙ୍କର ଆଭରେଜ ୯୯.୯୪ ଥିଲା, ଯାହାକି ଆଶ୍ଚର୍ଯ୍ୟଜନକ ମନେ ହୁଏ। ବ୍ରାଡମ୍ୟାନ ଭ୍ରମଣକାରୀ ଦଳର ମ୍ୟାନେଜର ପଙ୍କଜ ଗୁପ୍ତାଙ୍କୁ ତାଙ୍କ କ୍ୟାପଟିକୁ ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତୀୟ କ୍ରିକେଟ ଦଳର ଏହାଥିଲା ପ୍ରଥମ ଇଣ୍ଟରନ୍ୟାଶନାଲ କ୍ରିକେଟ ଟୁର୍‌। ଗୁପ୍ତା ଏହି ଟୋପିଟିକୁ ତତ୍‌କାଳୀନ ଭାରତୀୟ ଉଇକେଟକିପର ପି.କେ. ସେନ୍‌ଙ୍କୁ ପ୍ରଦାନ କରିଥିଲେ। କିମ୍ବଦନ୍ତୀ ବ୍ୟାଟର ବ୍ରାଡମ୍ୟାନଙ୍କ ନାମରେ ଏବେ ସୁଦ୍ଧା କିଛି ରେକର୍ଡ ରହିଛି। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ୧୨ ଦ୍ୱିଶତକ ହାସଲ କରିଛନ୍ତି। ସେ ୨ଟି ତ୍ରିଶତକ ହାସଲ କରି ମିଳିତ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ବ୍ରାଡମ୍ୟାନଙ୍କ ଟୋପି କ୍ରିକେଟରଙ୍କ ହୋମ୍‌ ଟାଉନ୍‌ରେ ଥିବା ବ୍ରାଡମ୍ୟାନ ମ୍ୟୁଜିୟମକୁ ଉଧାର ସୂତ୍ରରେ ଅଣାଯାଇଥିଲା। ୨୦୦୩ରେ ଏହାକୁ ବର୍ତ୍ତମାନର ମାଲିକ କ୍ରୟ କରିଥିଲେ ବୋଲି ବନ୍‌ହାମାସ ପ୍ରକାଶ କରିଛି। ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷରେ ତାଙ୍କ ଅନ୍ତିମ ଟେଷ୍ଟ ୧୯୪୮ରେ ଓଭାଲଠାରେ ଖେଳିଥିଲେ। ଫାଇନାଲ ଇନିଂସରେ କ୍ୟାରିୟର ଆଭରେଜ ୧୦୦ କରିବା ପାଇଁ ତାଙ୍କୁ ମାତ୍ର ୪ ରନ ଆବଶ୍ୟକ ପଡୁଥିଲା। ମାତ୍ର ସେ ୨ଟି ବଲ୍‌ ସାମ୍‌ନା କରି ବିନା କୌଣସି ରନରେ ପ୍ୟାଭିଲିଅନ ଫେରିଥିଲେ। ବ୍ରାଡ୍‌ମ୍ୟାନ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୨ ମ୍ୟାଚ ଖେଳି ୬୯୯୬ ରନ ସଂଗ୍ରହ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri