Posted inଖେଳ

ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି

ସିଡ୍‌ନୀ, ୩ା୧୨ (ପି.ଟି.): ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍‌ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ କହିଛି, ବ୍ରାଡ୍‌ମ୍ୟାନ ତାଙ୍କର ଏହି ଟୋପିକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୭-୪୮ରେ ଭାରତର ଅଷ୍ଟ୍ରେଲିଆ ଟୁର୍‌ ସମୟରେ ପିନ୍ଧିଥିଲେ। ଘରୋଇ ମାଟିରେ ଏହା ଥିଲା ତାଙ୍କର ଶେଷ ଟେଷ୍ଟ ସିରିଜ। ବ୍ରାଡମ୍ୟାନଙ୍କୁ କ୍ରିକେଟର ଶ୍ରେଷ୍ଠ ବ୍ୟାଟର ବୋଲି କୁହାଯାଇଥାଏ। ଭାରତ ବିପକ୍ଷ ସିରିଜରେ ସେ ୧୭୮.୭୫ ଆଭରେଜରେ ୬ଟି ଇନିଂସରେ ୭୧୫ ରନ ସଂଗ୍ରହ କରିଥିଲେ। ତରେ ତାଙ୍କର ତିନୋଟି ଶତକ ଏବଂ ଗୋଟିଏ ଦ୍ୱିଶତକ ରହିଥିଲା। ଅଷ୍ଟ୍ରେଲିଆ ଏହି ସିରିଜ ୪-୦ରେ ବିଜୟୀ ହୋଇଥିଲା। ବ୍ରାଡମ୍ୟାନଙ୍କର ୨୦୦୧ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଟେଷ୍ଟ ଇନିଂସ ପିଛା ତାଙ୍କର ଆଭରେଜ ୯୯.୯୪ ଥିଲା, ଯାହାକି ଆଶ୍ଚର୍ଯ୍ୟଜନକ ମନେ ହୁଏ। ବ୍ରାଡମ୍ୟାନ ଭ୍ରମଣକାରୀ ଦଳର ମ୍ୟାନେଜର ପଙ୍କଜ ଗୁପ୍ତାଙ୍କୁ ତାଙ୍କ କ୍ୟାପଟିକୁ ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତୀୟ କ୍ରିକେଟ ଦଳର ଏହାଥିଲା ପ୍ରଥମ ଇଣ୍ଟରନ୍ୟାଶନାଲ କ୍ରିକେଟ ଟୁର୍‌। ଗୁପ୍ତା ଏହି ଟୋପିଟିକୁ ତତ୍‌କାଳୀନ ଭାରତୀୟ ଉଇକେଟକିପର ପି.କେ. ସେନ୍‌ଙ୍କୁ ପ୍ରଦାନ କରିଥିଲେ। କିମ୍ବଦନ୍ତୀ ବ୍ୟାଟର ବ୍ରାଡମ୍ୟାନଙ୍କ ନାମରେ ଏବେ ସୁଦ୍ଧା କିଛି ରେକର୍ଡ ରହିଛି। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ୧୨ ଦ୍ୱିଶତକ ହାସଲ କରିଛନ୍ତି। ସେ ୨ଟି ତ୍ରିଶତକ ହାସଲ କରି ମିଳିତ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ବ୍ରାଡମ୍ୟାନଙ୍କ ଟୋପି କ୍ରିକେଟରଙ୍କ ହୋମ୍‌ ଟାଉନ୍‌ରେ ଥିବା ବ୍ରାଡମ୍ୟାନ ମ୍ୟୁଜିୟମକୁ ଉଧାର ସୂତ୍ରରେ ଅଣାଯାଇଥିଲା। ୨୦୦୩ରେ ଏହାକୁ ବର୍ତ୍ତମାନର ମାଲିକ କ୍ରୟ କରିଥିଲେ ବୋଲି ବନ୍‌ହାମାସ ପ୍ରକାଶ କରିଛି। ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷରେ ତାଙ୍କ ଅନ୍ତିମ ଟେଷ୍ଟ ୧୯୪୮ରେ ଓଭାଲଠାରେ ଖେଳିଥିଲେ। ଫାଇନାଲ ଇନିଂସରେ କ୍ୟାରିୟର ଆଭରେଜ ୧୦୦ କରିବା ପାଇଁ ତାଙ୍କୁ ମାତ୍ର ୪ ରନ ଆବଶ୍ୟକ ପଡୁଥିଲା। ମାତ୍ର ସେ ୨ଟି ବଲ୍‌ ସାମ୍‌ନା କରି ବିନା କୌଣସି ରନରେ ପ୍ୟାଭିଲିଅନ ଫେରିଥିଲେ। ବ୍ରାଡ୍‌ମ୍ୟାନ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୨ ମ୍ୟାଚ ଖେଳି ୬୯୯୬ ରନ ସଂଗ୍ରହ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri