Posted inଜାତୀୟ

ଲୋକ ସଭାରେ ଆସନକୁ ନେଇ INDIA ମେଣ୍ଟ-କଂଗ୍ରେସ ମଧ୍ୟରେ ଫାଟ: ସମସ୍ତେ ଚାହାନ୍ତି ‘୮ମ ଧାଡ଼ି’ରେ ସିଟ୍‌; କାରଣ…

ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍‌ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ୫ଥରର ଏମ୍‌ପି। ହେଲେ ତାଙ୍କୁ ୮ମ ଧାଡ଼ିରେ ଆସନ ମିଳିଛି। ହେଲେ ଗତ ଲୋକ ସଭାରେ ସେ ଦ୍ୱିତୀୟ ଧାଡ଼ିରେ ବସିଥିଲେ ବୋଲି କହିଛନ୍ତି।

ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ବାଚସ୍ପତି କହିଥିଲେ ଯେ, ସେ ନିଜର ଅଭିଯୋଗକୁ କିଛି ସମୟ ପାଇ ଏଡାଇ ଦିଅନ୍ତୁ। କୌଣସି ସଦସ୍ୟ ଗୃହରେ ପାର୍ଲାମେଣ୍ଟର କାର୍ଯ୍ୟାବସ୍ଥା ଉପରେ ପ୍ରଶ୍ନ ଉଠାଇବେ ନାହିଁ। ଯଦି କାହାକୁ କିଛି ସମସ୍ୟା ଅଥବା ଚିନ୍ତା ରହିଛି ତେବେ ଦୟାକରି ଗୃହ ନଚେତ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟକୁ ଆସନ୍ତୁ। ଏହି ପରମ୍ପରାର ପାଳନ କରାଯାଉ।
କେବଳ ରେଡ୍ଡି ନୁହନ୍ତି ଅନେକ ବରିଷ୍ଠ ଏମ୍‌ପି ଲୋକ ସଭାରେ ନୂଆ ଆସନ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସାର୍ବଜନିକ ଭାବେ ଏନେଇ ନ କହିଲେ ବି ଅନେକ କଂଗ୍ରେସ ଏମ୍‌ପି ଏଥିରେ କିଛି ତର୍କ ନାହିଁ ବୋଲି କହିଛନ୍ତି। ସେହିଭଳି ଇଣ୍ଡିଆ ମେଣ୍ଟରେ ସହଯୋଗୀ ଦଳକୁ ‘୮ମ ବ୍ଲକ’ରୁ ଦୂରରେ ରଖିବା ପଛରେ କଂଗ୍ରେସର ହାତ ଥିବା କୁହାଯାଉଛି।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ୮ମ ବ୍ଲକରେ ରହିଛି। ତାଙ୍କ ସହ କଂଗ୍ରେସ ମହାଚିବ ଏବଂ ଲୋକ ଲେଖା ସମିତି ମୁଖ୍ୟ କେସି ବେଣୁଗୋପାଳ, ଡିଏମ୍‌କେ ନେତା ଟିଆର୍‌ ବାଲୁ ଅଛନ୍ତି। ଏହି ବ୍ଲକରେ ଦ୍ୱିତୀୟ ଧାଡ଼ିରେ ଏକମାତ୍ର ଅଣ କଂଗ୍ରେସ ଏମ୍‌ପି ଭାବେ ଡିଏମ୍‌କେର ଏ ରାଜା ଅଛନ୍ତି। ଲୋକ ସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଏବଂ କଂଗ୍ରେସ ମୁଖ୍ୟ ସଚେତକ ସୁରେଶ କୋଡିକୁନ୍ନିଲ ଆଗାମୀ ବ୍ଲକ୍‌ର ଆଗ ଧାଡ଼ିରେ ବସିଛନ୍ତି।

ତେବେ ଆସନ ବଣ୍ଟାକୁ ନେଇ ଅସନ୍ତୋଷର ମୁଖ୍ୟ କାରଣ ହେଉଛି ଗୃହ ଚାଲିଥିବା ବେଳେ ସିଧା ପ୍ରସାରଣ ଲାଗି କ୍ୟାମେରାର ଫୋକସ୍‌। ଶାସକ ଦଳ ବ୍ୟତିତ କ୍ୟାମେରା ବିଶେଷତଃ ୮ମ ବ୍ଲକ ଉପରେ ଧ୍ୟାନ ଦେଇଥାଏ, ଯେଉଁଠାରେ ବିରୋଧୀ ଦଳ ନେତା ବସିଥାନ୍ତି। ଏହାକୁ ନେଇ ସିଧା ପ୍ରସାରଣ ସମୟରେ ନଜର ଆସିବା ନିର୍ବାଚିତ ଅଞ୍ଚଳରେ ତାଙ୍କ ପତିଆରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri