ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ ପରିସ୍ଥିିତିରେ ବ୍ୟବହାର କରାଯାଇପାରିବ। ଚାଇନାରେ ୫ଟି କରୋନା ଟିକାର କ୍ଲିନିକାଲ ଟ୍ରାଲଏ୍‌ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି। ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକାର ସଫଳତା ହାର ୭୯ ପ୍ରତିଶତ ରହିଥିବା କୁହାଯାଉଛି। ଇତିମଧ୍ୟରେ ଫାଇଜର, ମୋଡର୍ନା ଏବଂ ଅକ୍ସ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକାକୁ ପୃଥିବୀର ବିଭିନ୍ନ ଦେଶରେ ମଞ୍ଜୁରୀ ମିଳିଛି। ତେବେ ସିନୋଫାର୍ମର ସଫଳତା ହାର ଏସବୁ ଟିକା ତୁଳନାରେ କମ୍‌ ରହିଛି।

Share