Categories: ଫୁରସତ

ସମୁଦ୍ର ତଳେ ବୁଡ଼ି ରହିଛି ଏସବୁ ସହର

ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ସମୁଦ୍ର ଜଳସ୍ତର ବଢ଼ିଚାଲିଛି। ଜଳସ୍ତର ବଢ଼ିବା ଯୋଗୁ କେତେକ ସହର ଅସ୍ତିତ୍ୱ ହରାଇଛନ୍ତି।

ଅନ୍ତର୍ଜାତୀୟ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ସମୁଦ୍ର ଜଳ ସ୍ତର ବଢ଼ିବା ଯୋଗୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଜଳସ୍ତର ଦୁଇ ତିନିଗୁଣ ଅଧିକ ବଢ଼ିଥାଏ।

ୟୁନିଭରସିଟି ଅଫ୍‌ ଇଷ୍ଟ ଆଙ୍ଗଲିଆ ଟିଣ୍ଡାଲ ସେଣ୍ଟର ଫର୍‌ କ୍ଲାଇମେଟ ଚେଞ୍ଜର ଅଧ୍ୟୟନର ମୁଖ୍ୟ ରବର୍ଟ ନିକୋଲାସ କୁହନ୍ତି, ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ। ରିସର୍ଚ୍ଚରେ ଜଣାପଡ଼ିଛି ତୈଳ, ଗ୍ୟାସ, ଖଣି ଖନନ ଏବଂ ନଦୀବନ୍ଧ ନିର୍ମାଣ ଯୋଗୁ ସହର ସମୁଦ୍ରରେ ବୁଡିଯାଉଛି। ବିଂଶ ଶତାବ୍ଦୀରେ ଜାକର୍ତ୍ତା, ନ୍ୟୁ ଅରଲିୟନ୍ସ, ସଂଘାଇ ଏବଂ ବ୍ୟାଙ୍କକ ତଟବର୍ତ୍ତୀ ଅଞ୍ଚଳ ୬ରୁ ୧୦ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ଯାଇଛି।

 

Share