Categories: ଜାତୀୟ

ବର୍ଷକୁ ୨.୫ ଇଞ୍ଚ ଦବୁଛି ଜୋଷୀମଠ

ନୂଆଦିଲ୍ଲୀ,୧୧ା୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳର ଭୂମି ପ୍ରତି ବର୍ଷ ୬.୫ ସେଣ୍ଟିମିଟର ବା ୨.୫ ଇଞ୍ଚ ଦବୁଥିବା ବିଶେଷଜ୍ଞମାନେ କହିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ରିମୋଟ ସେନ୍ସିଂ ପକ୍ଷରୁ ହୋଇଥିବା ୨ ବର୍ଷର ଅଧ୍ୟୟନରୁ ଏହା ଜଣାପଡ଼ିଛି। ଡେରାଡୁନ୍‌ର ଏହି ସଂସ୍ଥା ଅଧ୍ୟୟନରେ ଜୋଷୀମଠ ଓ ଏହାର ଚତୁଃପାର୍ଶ୍ୱରେ ଥିବା ଅଞ୍ଚଳର ସାଟେଲାଇଟ୍‌ ତଥ୍ୟକୁ ବ୍ୟବହାର କରିଥିଲା। ସେଠାରେ ଅନେକ ଟେକ୍ଟୋନିକ୍‌ ପ୍ରକ୍ରିୟା ଚାଲିଥିବାରୁ ଅତି ସମ୍ବେଦନଶୀଳ ଅଞ୍ଚଳ ବୋଲି ଏଥିରୁ ଜଣାପଡ଼ିଥିଲା। ମାଟି ଦବିବା ଫଳରେ ଜୋଷୀମଠ ସହରର ଘରଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ରାସ୍ତା ଫାଟି ଆଁ କରିଛି। ଏହାକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ୧୧୦ରୁ ଊର୍ଦ୍ଧ୍ୱ ପରିବାର ଘରଦ୍ୱାର ଛାଡ଼ି ପଳାଇଲେଣି। ସରକାର ବିପଦସଙ୍କୁଳ ଘରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ଯୋଜନା କରୁଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି। ଜୋଷୀମଠ ସମେତ ଏହାର ଆଖପାଖ ଅଞ୍ଚଳ ଦବୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଥିଲା।

Share