Categories: ଫୁରସତ

ଭାଲେଣ୍ଟାଇନ୍‌ ଡେ’ ଅଫର: ସିଙ୍ଗଲଙ୍କୁ ଗୋଟିଏ ପ୍ଲେଟ୍‌ ଗୁପ୍‌ଚୁପ୍‌ରେ ଆଉ ଏକ ପ୍ଲେଟ୍‌ ମାଗଣା

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ସାରା ବିଶ୍ୱରେ ଲଭ୍‌ବାର୍ଡମାନେ ଉତ୍ସାହର ସହିତ ‘ଭାଲେଣ୍ଟାଇନ୍‌ ଓ୍ବିକ୍‌’ ପାଳନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ସିଙ୍ଗଲ୍‌ମାନଙ୍କ ପାଇଁ ବେଶ୍‌ ଲାଭଦାୟକ। ଭିଡିଓରେ ଜଣେ ଯୁବତୀ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସେ ସିଙ୍ଗଲମାନଙ୍କ ପାଇ ଏକ ଅଫର ବି ରଖିଛନ୍ତି।

ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକୁଥିବା ସେହି ଯୁବତୀଙ୍କୁ ଜଣଙ୍କୁ ନମସ୍କାର ମା’ କହି ଅନ୍ୟ ଜଣେ ଯୁବକ ଅଭିଭାଦନ ଜଣାଉଛନ୍ତି। ଯୁବତୀ ଜଣକ ମଧ୍ୟ ହେଲୋ ସାର୍‌ ବୋଲି କହୁଛନ୍ତି। ତା’ ପରେ ସେ ଯୁବକ ପଚାରୁଛନ୍ତି ତୁମର ସିଙ୍ଗଲ ପୁଅମାନଙ୍କ ପାଇଁ କିଛି ଅଫର ଅଛି କି?

ଏହା ଶୁଣି ଯୁବତୀ ଜଣକ ରାଗି ଗଲେ। ଯୁବକ କହିଲେ, ମୁଁ ଅବିବାହିତ, ଯେଉଁଥି ପାଇଁ ମୁଁ ଏହା ପଚାରୁଛି। ଏହା ପରେ ଯୁବତୀ ଜଣଙ୍କ କହୁଛନ୍ତି ସାର୍‌ ଗୋଟିଏ ଜିନିଷ କରିପାରିବେ। ଆପଣ ଗୋଟିଏ ମୂଲ୍ୟରେ ଦୁଇଟି ପ୍ଲେଟ୍‌ ଗୁପ୍‌ଚୁପ୍‌ ପାଇପାରିବେ।

ଯୁବକ ଜଣକ ପୁଣି ପଚାରୁଛନ୍ତି ଗୋଟିଏ ପ୍ଲେଟ୍‌ରେ କେତୋଟି ଗୁପ୍‌ଚୁପ୍‌ ରହିବ। ଯୁବତୀ କହୁଛନ୍ତି ୬ଟି। ତା’ପରେ ଯୁବକ ଜଣକ କହୁଛନ୍ତି ଯଦି ମୁଁ ଗୋଟିଏ ଖାଏ, ତେବେ ଅନ୍ୟଟି ପାଇବି! ଏହା ମୋ ପାଇଁ ଅଫର କି? ଯୁବତୀ କହୁଛନ୍ତି ହଁ। ଏହି ଅଫର୍‌ ସିଙ୍ଗଲ ପୁଅମାନଙ୍କ ପାଇଁ। ଯୁବକ ପୁଣି ପଚାରିଲେ, ମୁଁ ଯଦି ମୋ ଗର୍ଲଫ୍ରେଣ୍ଡକୁ ଆଣିବି? ଯୁବତୀ କହୁଛନ୍ତି ତୁମେ ତୁମର ମାଗଣା ପ୍ଲେଟକୁ ତୁମ ଗର୍ଲଫ୍ରେଣ୍ଡଙ୍କୁ ଦେଇପାରିବ।

Share