ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍‌ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାଶୁଣି ପ୍ରଶଂସକ ଚକିତ ହୋଇଯାଇଥିଲେ। ହେଲେ ଏବେ ଏହା ସବୁ ଗୁଜବ। ଚିନ୍ତା କରିବାର କୌଣସି କାରଣ ନାହିଁ। ଉଦିତ ବିଲ୍‌କୁଲ ଠିକ୍‌ ଥିବା ଜଣାପଡ଼ିଛି।

ତେବେ ଯିଏ ବହୁତ ହସେ ତାକୁ କିଭଳି ହୃଦଘାତ ହେବ ବୋଲି ଏକ ସାକ୍ଷାତକାରରେ ଉଦିତ କହିଛନ୍ତି। ଦଶହରା ଭଳି ସମୟରେ ଏଭଳି ଗୁଜବ ପ୍ରସାରିତ ହେବା ଦ୍ୱାରା ତାଙ୍କ ବୟସ ବଢ଼ିଛି। କାଲି ଜଣେ ଫୋନ କରି କହିଲେ ତୁମ ପାଇଁ ଖରାପ ଖବର। ତୁମକୁ ହୃଦଘାତ ହୋଇଥିବା ନେଇ ଲୋକେ ମୋତେ ବାରମ୍ବାର ଫୋନ କରି ପଚାରୁଛନ୍ତି। ଏହା ଶୁଣି ମୁଁ ହସୁଛି ବୋଲି ଉଦିତ ମଧ୍ୟ କହିଛନ୍ତି।

Share